ଗୋଆ, ସିକିମ ଓ କେରଳରେ ସର୍ବାଧିକ ୮୫% ମହିଳାଙ୍କ ପାଖରେ ଅଛି ମୋବାଇଲ ଫୋନ୍, ଓଡିଶାରେ ମାତ୍ର ୫୦%

ଭୁବନେଶ୍ଵର,୩୦/୧୨(ସତ୍ୟପାଠ ବ୍ୟୁରୋ): ଆଜିର ଯୁଗ ହେଉଛି ପ୍ରଯୁକ୍ତିବିଦ୍ୟାର ଯୁଗ। ସହଜ ଓ ସରଳରେ ଯୋଗାଯୋଗ ପାଇଁ ପ୍ରାୟ ସମସ୍ତଙ୍କ ପାଖରେ ରହିଛି ମୋବାଇଲ ଫୋନ। ତେବେ ଆଜିର ଏହି ସ୍ମାର୍ଟଫୋନ ଯୁଗରେ ଆପଣ ଜାଣନ୍ତି କି ଆମ ଦେଶର କେତେ ପ୍ରତିଶତ ମହିଳାଙ୍କ ପାଖରେ ମୋବାଇଲ ଫୋନ ରହିଛି ? ନ୍ୟାସନାଲ ଫ୍ୟାମେଲି ହେଲଥ ସର୍ଭେ ଅନୁସାରେ ଭାରତର ପାଖାପାଖି ଅଧା ମହିଳାଙ୍କ ପାଖରେ ମୋବାଇଲ ଫୋନ ନାହିଁ । ସର୍ଭେ ଅନୁସାରେ ଦେଶର ୧୭-୪୯ ବର୍ଷ ବୟସ ମଧ୍ୟରେ ଥିବା ମାତ୍ର ୫୪ ପ୍ରତିଶତ ମହିଳାଙ୍କ ପାଖରେ ଆଜିର ଦିନରେ ମୋବାଇଲ ଫୋନ ରହିଛି।

ତେବେ ଦେଶର ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳ ଗୁଡିକରେ ଏହି ପରିସଂଖ୍ୟାନକୁ ତୁଳନା କଲେ କେବଳ ଗୋଆ, ସିକିମ ଓ କେରଳରେ ୮୫%ରୁ ଅଧିକ ମହିଳାଙ୍କ ନିକଟରେ ମୋବାଇଲ ଫୋନ ରହିଛି । ତେବେ ପ୍ରକୃତ ସଂଖ୍ୟାକୁ ଦେଖିଲେ ଗୋଆ ରେ ସର୍ବାଧିକ ୯୧%, ସେହିଭଳି ସିକିମ ରେ ୮୯% ଓ କେରଳରେ ୮୭%, ମହିଳାଙ୍କ ପାଖରେ ମୋବାଇଲ ଫୋନ ରହିଛି। ସେହିଭଳି ଆମ ରାଜ୍ୟକୁ ଦେଖିବାକୁ ଗଲେ ଓଡି଼ଶାର ମାତ୍ର ୫୦% ମହିଳାଙ୍କ ନିକଟରେ ମୋବାଇଲ ଫୋନ ରହିଛି । ସେହିଭଳି ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ୭୪%, ଜାମ୍ମୁ କାଶ୍ମୀରରେ ୭୫%, ମହାରାଷ୍ଟ୍ରରେ ୫୫%, ରାଜସ୍ଥାନରେ ୫୦%, ଗୁଜରାଟରେ ୪୯%, ପଶ୍ଚିମବଙ୍ଗରେ ୪୯%, ଝାରଖଣ୍ଡରେ ୫୦%, ବିହାରରେ ୫୧%, ଉତ୍ତରପ୍ରଦେଶରେ ୪୭% ମହିଳାଙ୍କ ନିକଟରେ ମୋବାଇଲ ଫୋନ ରହିଛି । ତେବେ ଏହି ତାଲିକାରେ ସବୁଠାରୁ ତଳେ ରହିଛି ମଧ୍ୟପ୍ରଦେଶ । ଏଠାରେ ମାତ୍ର ୩୯% ମହିଳାଙ୍କ ପାଖରେ ରହିଛି ମୋବାଇଲ ଫୋନ ।

Related Posts