କରୋନା କବଳରେ ରାଜନେତା, ଗତ ୧୦ ଦିନରେ ୩ ମୁଖ୍ୟମନ୍ତ୍ରୀ, ୨ ଡେପୁଟି ସି ଏମ, ୫ କେନ୍ଦ୍ରମନ୍ତ୍ରୀ ସମେତ ୩୯ ବଡ ନେତା ସଂକ୍ରମିତ

ନୂଆଦିଲ୍ଲୀ(ସତ୍ୟପାଠ ବ୍ୟୁରୋ): କରୋନା ଭାଇରସର ତୃତୀୟ ତରଙ୍ଗ ଦେଶରେ କାୟା ବିସ୍ତାର କରିବାରେ ଲାଗିଛି । ଆମେରିକା ପରେ ବର୍ତ୍ତମାନ ଭାରତରେ ସର୍ବାଧିକ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ପ୍ରତ୍ୟେଦ ଦିନ ହଜାର ହଜାର ମାମଲା ସାମ୍ନାକୁ ଆସିବାରେ ଲାଗିଛି । ଏପରିକି ଗତ ଏକ ସପ୍ତାହ ଧରି ଭାରତରେ ପ୍ରତିଦିନ ଏକ ଲକ୍ଷରୁ ଅଧିକ ମାମଲା ରୁଜୁ ହେଉଛି । ସେହିପରି ଆମେରିକାରେ ପ୍ରତିଦିନ ଛଅରୁ ସାତ ଲକ୍ଷ ଲୋକ ସଂକ୍ରମିତ ହେଉଥିବାର ଦେଖିବାକୁ ମିଳୁଛି । ଏହା ମଧ୍ୟରେ କରୋନା ଦେଶର ବଡ଼ ବଡ଼ ରାଜନୈତିକ ବ୍ୟକ୍ତିବିଶେଷଙ୍କୁ ଟାର୍ଗେଟ କରିଛି ।

ତୃତୀୟ ଲୋହରରେ ଦେଶର ୩୯ ଜଣ ବଡ଼ ନେତା ଗତ ୧୦ ଦିନ ମଧ୍ୟରେ କରୋନାରେ ସଂକ୍ରମିତ ହୋଇଛନ୍ତି । ଏଥିମଧ୍ୟରେ ତିନୋଟି ରାଜ୍ୟର ମୁଖ୍ୟମନ୍ତ୍ରୀ, ଦୁଇଟି ରାଜ୍ୟର ତିନିଜଣ ଡେପୁଟି ସିଏମ୍ ଏବଂ ପାଞ୍ଚ ଜଣ କେନ୍ଦ୍ର ମନ୍ତ୍ରୀ ଅଛନ୍ତି। ସେପଟେ ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ୨ ଲକ୍ଷ ମୁହାଁ ହୋଇଛି । ଏହାମଧ୍ୟରେ ଭାରତ ସରକାର ଆଉ ୮ଟି ଦେଶକୁ ରିସ୍କ ନେସନ୍ ବା ବିପଦ ଥିବା ଦେଶ ତାଲିକାରେ ରଖିଛନ୍ତି । ଏହି ୮ ଦେଶ ହେଲା କାଜାଖସ୍ତାନ, ଇଥିଓପିଆ, ଘାନା, କଙ୍ଗୋ, କେନିଆ, ନାଇଜେରିଆ, ଟ୍ୟୁନିସିଆ ଓ ଜାମ୍ବିଆ । ସରକାର ଏବେ ଦକ୍ଷିଣ ଆଫ୍ରିକା, ବ୍ରାଜିଲ, ଚାଇନା, ନ୍ୟୁଜିଲାଣ୍ଡ, ୟୁକେ, ବୋଟସଓ୍ୱାନା, ଘାନା, ମରିସସ, ଜିମ୍ବାଓ୍ୱେ, ତାଞ୍ଜାନିଆ, ହଂକଂ, ଇସ୍ରାଏଲ, କଙ୍ଗୋ, ଇଥିଓପିଆ, ଘାନା, କାଜାକସ୍ତାନ, କେନିୟା, ନାଇଜେରିଆ, ଟନସିନିଆ ଓ ଜାମ୍ବିଆକୁ ରିସ୍କ ନେସନ୍ ତାଲିକାଭୁକ୍ତ କରିଛନ୍ତି ।

ଏହି ଦେଶରୁ ଆସୁଥିବା ବ୍ୟକ୍ତିବିଶେଷଙ୍କ ଉପରେ କଡା ନଜର ରଖାଯାଉଛି ।ଏହି ସବୁ ଦେଶରୁ ଆସୁଥିବା ଯାତ୍ରୀଙ୍କ ପାଇଁ ଅଧିକ କଟକଣା ରହିଛି । ସେମାନଙ୍କୁ ଆରଟି ପିସିଆର ଟେଷ୍ଟ ବାଧ୍ୟତାମୂଳକ ସହ ୭ ଦିନ କ୍ୱାରେଣ୍ଟାଇନରେ ରହିବାକୁ ହେବ । କ୍ୱାରେଣ୍ଟାଇନରେ ରହିବା ପରେ ଆଉ ଥରେ କରୋନା ଟେଷ୍ଟ୍ କରିବାକୁ ହେବ ବୋଲି ନିର୍ଦ୍ଦେଶ ରହିଛି ।

Related Posts