ଦ୍ୱିତୀୟ ପର୍ଯ୍ୟାୟରେ ୭୮.୩ ପ୍ରତିଶତ ମତଦାନ: ନିର୍ବାଚନ କମିଶନ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଓଡ଼ିଶାରେ ପଞ୍ଚାୟତ ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଶେଷ ହୋଇଛି । ତେବେ ଏଥର ୭୮.୩% ଲୋକ ମତଦାନ କରିଛନ୍ତି। ଗତ ନିର୍ବାଚନରେ ମତଦାନ ହାର ପର୍ଯ୍ୟାୟ ଅନୁଯାୟୀ ବଢ଼ିଥିବାବେଳେ ଏଥର ବି ସେହି ଧାରା ବଜାୟ ରହିଛି ବୋଲି ନିର୍ବାଚନ କମିସନଙ୍କ ପକ୍ଷରୁ କୁହାଯାଇଛି। ପ୍ରଥମ ପର୍ଯ୍ୟାୟରେ ସୁବର୍ଣ୍ଣପୁର ଜିଲ୍ଲାରେ ସର୍ବାଧିକ ୮୫.୬୭% ମତଦାନ ହୋଇଥିବାବେଳେ ୮୪.୭% ଗଞ୍ଜାମ ଜିଲ୍ଲାରେ ସବୁଠୁ କମ୍ ୬୪.୮୬% ମତଦାନ ହୋଇଛି। ସେହିପରି ଅନୁଗୁଳରେ ୮୦.୩୨%, ବାଲେଶ୍ବରରେ ୭୮.୭୪%, ବଲାଙ୍ଗୀରରେ ୭୪.୬୩%, ବରଗଡ଼ରେ ୭୬.୨%, ଭଦ୍ରକରେ ୮୧.୦୪%, ବୌଦ୍ଧରେ ୮୪.୯%, କଟକରେ ୭୯.୬୪%, ଦେବଗଡ଼ରେ ୭୮.୩୩%, ଢେଙ୍କାନାଳରେ ୮୧.୦୮%, ଗଜପତିରେ ୮୨.୬୯%, ଜଗତସିଂହପୁରରେ ୭୮.୬୨%, ଯାଜପୁରରେ ୭୬ %, ଝାରସୁଗୁଡ଼ାରେ ୮୫.୧୪%, କଳାହାଣ୍ଡିରେ ୮୩.୮୧%, କନ୍ଧମାଳରେ ୭୯.୫%, କେନ୍ଦ୍ରାପଡ଼ାରେ ୭୪.୮୮%, କେନ୍ଦୁଝରରେ ୭୮.୧୮%, ଖୋର୍ଦ୍ଧାରେ ୭୩.୯୭%, କୋରାପୁଟରେ ୭୯.୦୧%, ମାଲକାନଗିରିରେ ୭୩.୪୩%, ମୟୂରଭଞ୍ଜରେ ୭୬.୮୫%, ନବରଙ୍ଗପୁରରେ ୮୧.୭୩%, ନୟାଗଡ଼ରେ ୭୭.୯୫%, ନୂଆପଡ଼ାରେ ୭୭.୬୭%, ପୁରୀରେ ୭୯.୧୬%, ରାୟଗଡ଼ାରେ ୭୭.୧୬%, ସମ୍ବଲପୁରରେ ୭୮.୪୩%, ସୁବର୍ଣ୍ଣପୁରରେ ୮୫.୬୭%, ସୁନ୍ଦରଗଡ଼ରେ ୭୪.୨୫% ମତଦାନ ହୋଇଛି। ସୂଚନାଯୋଗ୍ୟ, ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ଏଥର ରେକର୍ଡ ସଂଖ୍ୟକ ମତଦାନ ହୋଇଥିଲା। ବୁଧବାର ୭୭.୨% ଲୋକ ମତଦାନ କରିଥିଲେ। ଯେତେବେଳେ କି ୨୦୧୭ରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ୭୬.୬୫% ମତଦାନ ହୋଇଥିଲା।

ପ୍ରଥମ ପର୍ଯ୍ୟାୟରେ ବୌଦ୍ଧ ଜିଲ୍ଲାରେ ସର୍ବାଧିକ ୮୪.୭% ମତଦାନ ହୋଇଥିବାବେଳେ ଗଞ୍ଜାମ ଜିଲ୍ଲାରେ ସବୁଠୁ କମ୍ ୬୪.୯୬% ମତଦାନ ହୋଇଥିଲା। ସେହିପରି ଅନୁଗୁଳରେ ୮୨.୬%, ବାଲେଶ୍ବରରେ ୭୬.୫୮%, ବଲାଙ୍ଗୀରରେ ୭୦.୨୪%, ବରଗଡ଼ରେ ୭୯.୩୭%, ଭଦ୍ରକରେ ୭୬.୫%, କଟକରେ ୭୬.୮୭%, ଦେବଗଡ଼ରେ ୮୩.୭୫%, ଢେଙ୍କାନାଳରେ ୭୮.୯୪%, ଗଜପତିରେ ୭୯.୫୭%, ଜଗତସିଂହପୁରରେ ୭୭.୫୭%, ଯାଜପୁରରେ ୭୪.୫%, ଝାରସୁଗୁଡ଼ାରେ ୮୨.୧%, କଳାହାଣ୍ଡିରେ ୮୧.୧୨%, କନ୍ଧମାଳରେ ୭୬.୩୩%, କେନ୍ଦ୍ରାପଡ଼ାରେ ୭୧.୭୬%, କେନ୍ଦୁଝରରେ ୭୮.୪୩%, ଖୋର୍ଦ୍ଧାରେ ୭୧%, କୋରାପୁଟରେ ୮୦.୨%, ମାଲକାନଗିରିରେ ୭୭.୮୬%, ମୟୂରଭଞ୍ଜରେ ୭୮.୪୨%, ନବରଙ୍ଗପୁରରେ ୮୦.୫୪%, ନୟାଗଡ଼ରେ ୭୩.୬୩%, ନୂଆପଡ଼ାରେ ୭୫.୫୭%, ପୁରୀରେ ୭୬.୩୨%, ରାୟଗଡ଼ାରେ ୭୬.୯୫%, ସମ୍ବଲପୁରରେ ୭୭.୨୫%, ସୁବର୍ଣ୍ଣପୁରରେ ୮୧.୫୬%, ସୁନ୍ଦରଗଡ଼ରେ ୭୨.୬୯% ମତଦାନ ହୋଇଥିଲା।

Related Posts