ରାଜ୍ୟରେ ଆଜି କରୋନାରୁ ସୁସ୍ଥ ହେଲେ ୭୩ ଜଣ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ରାଜ୍ୟରେ ଆଜି କରୋନାରୁ ସୁସ୍ଥ ହେଲେ ୭୩ ଜଣ । ଏଥିରେ କେନ୍ଦ୍ରାପଡ଼ା ଜିଲ୍ଲାରୁ ସର୍ବାଧିକ ୧୦ ଜଣ ଅଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୭୭ ହଜାର ୭୫୦ରେ ପହଞ୍ଚିଛି। ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଆଜି ସୁନ୍ଦରଗଡ଼ରୁ ଆଜି ୯ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି।

ଗଜପତି, ଗଂଜାମରୁ ୮-୮, ବାଲେଶ୍ୱରରୁ ୬, ଖୋର୍ଦ୍ଧା, କୋରାପୁଟରୁ ୫-୫, କଟକ, କନ୍ଧମାଳ, ସମ୍ବଲପୁରରୁ ୪ ଜଣ ଲେଖାଏଁ, ନୟାଗଡ଼ରୁ ୩, ଯାଜପୁରରୁ ୨, ଅନୁଗୁଳ, ମୟୂରଭଂଜ, ନବରଂଗପୁର, ରାୟଗଡ଼ଶର ଜଣେ ଲେଖାଏଁ ଓ ରାଜ୍ୟ ପୁଲ୍ରୁ ଜଣେ କରୋନାରୁ ସୁସ୍ଥ ହୋଇଛନ୍ତି।

Related Posts