କଣ୍ଟାବାଞ୍ଜି ତୁରକେଲା ଗାଁରେ ଅଘଟଣ: ଦୋଳିରୁ ପଡ଼ି ଚାଲିଗଲା ଯୁବକଙ୍କ ଜୀବନ

କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ତୁରକେଲା ଗାଁରେ ଘଟିଛି ଏକ ଅଘଟଣ । ମୀନାବଜାର ଦୋଳିରେ ବସିଵା ଜଣେ ଯୁବକଙ୍କ ପାଇଁ କାଳ ପାଲଟିଛି । ଫଳରେ ଦୋଳିରୁ ପଡ଼ି ଚାଲି ଯାଇଛି ଯୁବକଙ୍କ ଜୀବନ। ମୃତ ଯୁବକ ହେଲେ ତୁରକେଲା ଗାଁର ଦେବରାଜ ସାହୁ। ସୋମବାର ରାତିରେ ଘଟିଛି ଏଭଳି ଘଟଣା।

ତୁରେକେଲା ରେ ପ୍ରଥମ ଥର ପାଇଁ କାର୍ତ୍ତିକ ପୂର୍ଣିମା ଉତ୍ସବରେ ପୂଜା କମିଟି ଧୂମଧାମରେ ପାଳନ କରିବା ସହ ମୀନାବଜାର ଆଣିଥିଲେ। ତେବେ ପୂଜା କମିଟିର ସଦସ୍ୟ ଥିବା ଦେବରାଜ ସାହୁ ଦୋଳିରେ ଝୁଲୁଥିବା ବେଳେ ଅଚାନକ ଦୋଳିରୁ ପଡ଼ି ଗୁରୁତର ହୋଇଥିଲେ। ତୁରନ୍ତ ତାଙ୍କୁ ପୂଜା କମିଟିର ଅନ୍ୟ ସଦସ୍ୟମାନେ ତୁରକେଲା ଡାକ୍ତରଖାନାକୁ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

Related Posts