
ଭୁବନେଶ୍ବର: ଧାମନଗର ଉପନିର୍ବାଚନ ପରେ ଏବେ ପଦ୍ମପୁର ଉପନିର୍ବାଚନକୁ ନେଇ ରାଜନୈତିକ ଦଳ ପକ୍ଷରୁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । ବିଜେପି ଅଧିକ ଉତ୍ସାହିତ ଥିବା ବେଳେ, କିଭଳି ଦଳ ପଦ୍ମପୁର ଉପନିର୍ବାଚନରେ ବାଜିମାତ୍ କରିବ, ସେଥିଲାଗି ରଣନୀତି ପ୍ରସ୍ତୁତ କରିଛି।
ତାହା ଅନୁଯାୟୀ, ଦଳ ତିନି ୩ ବରିଷ୍ଠ ନେତାଙ୍କୁ ପଦ୍ମପୁର ଉପନିର୍ବାଚନର ଦାୟିତ୍ବ ଦେଇଥିବା ନେଇ ବିଜେପି ସାଧାରଣ ସଂପାଦକ ପୃଥ୍ବୀରlଜ ହରିଚନ୍ଦନ ସୂଚନା ଦେଇଛନ୍ତି।
ପୃଥ୍ବୀରlଜ ହରିଚନ୍ଦନ କହିଛନ୍ତି, ବରଗଡ଼ ସାଂସଦ ସୁରେଶ ପୂଜାରୀ, କଳାହାଣ୍ଡି ଲୋକସଭା ସଦସ୍ୟ ବସନ୍ତ ପଣ୍ଡା ଓ ବିରୋଧୀ ଦଳ ନେତା ତଥା ସମ୍ବଲପୁର ବିଧା୍ୟକ ଜୟ ନାରାୟଣ ମିଶ୍ରଙ୍କ ନେତୃତ୍ଵରେ ପଦ୍ମପୁର ଉପନିର୍ବାଚନ ଲଢ଼ିବ ଦଳ। ପଦ୍ମପୁର ନିର୍ବାଚନ ପାଇଁ ବିଜେପି ପକ୍ଷରୁ ଟିମ୍ ପ୍ରସ୍ତୁତି ସରିଛି। ପଦ୍ମପୁରରେ ବି ଦଳ ଧାମନଗର ଶୈଳୀରେ ପ୍ରଚାର ଓ ପରିଚାଳନା କରିବ। ଏଥିଲାଗି ଯୋଜନା ପ୍ରସ୍ତୁତ ହୋଇଛି ।