ଶ୍ରୀମନ୍ଦିରରେ ଅଘଟଣ; ଦକ୍ଷିଣା ଥାଳିରେ ଥିବା ଦୀପ ନିଆଁରେ ଜଳିଗଲା ନାବାଳକର ହାତ

ଭୁବନେଶ୍ୱର,୩୦/୧୨(ସତ୍ୟପାଠ ବ୍ୟୁରୋ): ଶ୍ରୀମନ୍ଦିରରେ ଅଘଟଣ । ମନ୍ଦିରର ଭିତର କାଠ ନିକଟରେ ଅଘଟଣ । ଦୀପ ନିଆଁରେ ନିଆଁ ଲାଗି ଜଳିଯାଇଛି ନାବାଳକର ହାତ । ଦକ୍ଷିଣା ଥାଳିରେ ଦୀପଧରି ଜଣେ ସେବାୟତ ବୁଲୁଥିବା ସମୟରେ ଏହି ଅଘଟଣ ଘଟିଛି । ତେବେ ଦୀପ ନିଆଁ ବାଜି ଯିବାରୁ ନାବାଳଖର ବାମ ହାତ ଫୋଟକା ହୋଇଯାଇଛି ।

ସୂଚନା ଅନୁସାରେ, ହେମନ୍ତ କୁମାର ଭୂଇଁଆ ଓ ଲିପିକା ସାମନ୍ତରାୟ ତାଙ୍କ ପୁଅକୁ ଧରି ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବାକୁ ଆସିଥିଲେ। ତେବେ ଆଜି ମହାପ୍ରଭୁଙ୍କ ଦର୍ଶନ କରୁଥିବା ସମୟରେ ଏହି ଅଘଟଣ ଘଟିଥିଲା ।ପ୍ରାଥମିକ ଚିକିତ୍ସା ପରେ ଏବେ ନାବାଳକ ଜଣକ ସୁସ୍ଥ ଥିବା ଜଣାପଡିଛି ।

Related Posts