ଲାଲକିଲ୍ଲାରୁ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମ୍ବୋଧନ; ମୋ ପାଇଁ ରାଜନୈତିକ ନୁହେଁ ଦେଶର ଭବିଷ୍ୟତ ସବୁକିଛି !

ଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସ୍ୱାଧୀନତା ଦିବସ ଉପଲକ୍ଷେ ନୂଆଦିଲ୍ଲୀର ଲାଲକିଲ୍ଲାଠାରେ ପତାକା ଉତୋଳନ କରିଛନ୍ତି । ଏହା ସହ ସେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି । ଏହି ପରିପ୍ରେକ୍ଷୀରେ ସେ ଆତଙ୍କବାଦ, ଦୁର୍ନୀତି, ଜଳ ସଂରକ୍ଷଣ, ଜନସଂଖ୍ୟା ବୃଦ୍ଧି ଆଦି ପ୍ରସଙ୍ଗ ଉପସ୍ଥାପନା କରିଛନ୍ତି ।

ସ୍ୱାଧୀନତା ପରଠାରୁ ଆଜି ପର୍ଯ୍ୟନ୍ତ ଯେଉଁମାନେ ଦେଶର ବିକାଶରେ ସହଯୋଗ କରିଛନ୍ତିି ପ୍ରଧାନମନ୍ତ୍ରୀ ମୋଦି ତାଙ୍କୁ ପ୍ରଣାମ କରିଛନ୍ତି । ନୂଆ ସରକାର ଗଠନ ହେବାକୁ ୧୦ ସପ୍ତାହ ମଧ୍ୟ ହୋଇନାହିଁ କିନ୍ତୁ ପ୍ରତିଟି କ୍ଷେତ୍ରରେ ସରକାର ନିଜର ଉକୃଷ୍ଟତାକୁ ଦର୍ଶାଇ ଆସିଛନ୍ତି । ୧୦ ସପ୍ତାହ ମଧ୍ୟରେ ଅନୁଚ୍ଛେଦ ୩୭୦ ଏବଂ ୩୫ ଏ କୁ ହଟାଇ ସର୍ଦ୍ଦାର ବଲ୍ଲଭ ଭାଇ ପଟ୍ଟେଲ୍ ଙ୍କ ସ୍ୱପ୍ନକୁ ସାକାର କରାଯାଇଛି । ପ୍ରଧାନମନ୍ତ୍ରୀ କହିଛନ୍ତି , ମୁସଲିମ୍ ଭଉଣୀମାନଙ୍କ ପାଇଁ ତିନି ତଲାକ୍ ର ବିଲ୍ ରାକ୍ଷୀ ଉପହାର ଠାରୁ ଆଉ କ’ଣ ଅବା ହୋଇପାରେ ।

ପ୍ରଧାନମନ୍ତ୍ରୀ ମୋଦି ତ୍ରିରଙ୍ଗା ଉତ୍ତୋଳନ ପରେ ରକ୍ଷା ବନ୍ଧନ ଏବଂ ସ୍ୱାଧୀନତା ଦିବସର ଶୁଭେଚ୍ଛା ଜଣାଇବା ସହ ବନ୍ୟା ପୀଡିତଙ୍କ ପାଇଁ ମଧ୍ୟ ଚିନ୍ତା ପ୍ରକଟ କରିଥିଲେ । କେନ୍ଦ୍ର ଏବଂ ରାଜ୍ୟ ସରକାର ମିଳିତ ଭାବେ ଏହି ସମସ୍ୟାର ମୁକାବିଲା କରିବା ପାଇଁ ସେ କହିଥିଲେ । ଦେଶ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିବା ଭାରତମାତାର ବୀର ସୁପୁତ୍ର ଯବାନମାନଙ୍କୁ ପ୍ରଧାନମନ୍ତ୍ରୀ ସଲାମ୍ କରିଥିଲେ । ବର୍ତ୍ତମାନ ଲୋକଙ୍କ ବ୍ୟବହାର ଏବଂ ବିଚାର ବଦଳିଥିବା କଥା କହିଲେ ପ୍ରଧାନମନ୍ତ୍ରୀ । ୨୦୧୪ ପୂର୍ବରୁ ଦେଶରେ ନିରାଶାର ମାହୋଲ୍ ଥିଲା କିନ୍ତୁ ଗତ ୫ ବର୍ଷ ଭିତରେ ଦେଶରେ ପରିବର୍ତ୍ତନ ଆସିଛି । ଦେଶକୁ ସର୍ବାଗ୍ରେ ରଖି କାମ କରାଯାଉଛି । ଯାହାର ପ୍ରଭାବ ୨୦୧୯ ନିର୍ବାଚନରେ ଦେଖିବାକୁ ମିଳିଲା । ୨୦୧୪ ରୁ ୧୯ ର ସମୟ ଲୋକଙ୍କ ଆଶା ଆକାଂକ୍ଷାକୁ ପୁରା କରୁଥିବା ସମୟ ପାଲଟିଥିଲା । ବର୍ତ୍ତମାନ ସରକାରର ମସ୍ତିଷ୍କରେ କେବଳ ଦେଶହୀତର ହିଁ ଉଦ୍ଦୀପନା ରହିଛି । ବର୍ତ୍ତମାନ ନିର୍ବାଚନରେ ନା କେବଳ ମୋଦି ନିର୍ବାଚନ ଲଢୁଥିଲେ ସଂପୂର୍ଣ୍ଣ ଦେଶବାସୀ ନିଜ ସ୍ୱପ୍ନ ପାଇଁ ନିର୍ବାଚନ ଲଢୁଥିଲେ ।

Related Posts