ରାଜଧାନୀରେ ପତାକା ଉତୋଳନ କଲେ ମୁଖ୍ୟମନ୍ତ୍ରୀ

ଆଜି ହେଉଛି ପବିତ୍ର ସ୍ୱାଧିନତା ଦିବସ । ଏହି ଅବସରରେ ରାଜଧାନୀ ଭୁବନେଶ୍ୱରରେ ଆୟୋଜିତ ରାଜ୍ୟସ୍ତରୀୟ ପରେଡରେ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାତୀୟ ପତାକା ଉତୋଳନ କରିଛନ୍ତି । ଏହାସହ ସେ ରାଜ୍ୟବାସୀଙ୍କୁ ସମ୍ବୋଧନ ମଧ୍ୟ କରିଛନ୍ତି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଦେଶର ସମସ୍ତ ବରପୁତ୍ର ମହାତ୍ମା ଗାନ୍ଧି, ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ବି ଆର ଆମ୍ବେଦକର, ଗୋପବନ୍ଧୁ ଦାଶ, ମଧୁସୁଦନ ଦାଶ, ମାଳତୀ ଦେବୀ ଆଦିଙ୍କୁ ସ୍ମରଣ କରିଥିଲେ । ଏହା ସହ ସେ କହିଥିଲେ ଯେ ଗାନ୍ଧିଙ୍କ ବିଚାର ଓ ଆଦର୍ଶ ଆମକୁ ସୁଦ୍ରୁଢ କରିଛି । ଅହିଂସାକୁ ଆମ ସମ୍ବିଧାନରେ ସ୍ଥାନ ଦେବା ପାଇଁ ଦାବି ହୋଇ ଆସୁଛି । ସାଧାରଣ ଜନତାଙ୍କୁ ତାହାର ହକ ଦେବା ପାଇଁ ଅନେକ କାର୍ଯ୍ୟ ହୋଇଛି । ଲୋକଙ୍କ ସେବା ପାଇଁ ଏହି ସରକାର ଅଛି । ଲୋକଙ୍କ ଟଙ୍କାରେ ଏହି ସରକାର ଚାଲିଛି । ୫ଟିକୁ ଭିତି କରି ଅନେକ ସରକାରୀ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି ।

ଏହି ସରକାର ସାଧାରଣ ଲୋକଙ୍କ ପାଇଁ କାମ କରୁଛି  । ଆଜିଠୁ ଲୋକଙ୍କ ପାଖକୁ ମୁଖ୍ୟମନ୍ତ୍ରୀଙ୍କ ଫୋନ କଲ୍ ଯିବ, ଥାନା ଓ ତହସିଲ ଅଫିସକୁ ମଧ୍ୟ ଫୋନ ଯିବ ବୋଲି ସେ କହିଛନ୍ତି ।

Related Posts