ଶ୍ରୀଲଙ୍କାକୁ ହରାଇ ପଏଣ୍ଟ ଟେବୁଲରେ ଭାରତ ନମ୍ବର ୱାନ

ସତ୍ୟପାଠ ବ୍ୟୁରୋ : ବିଶ୍ୱକପ୍ ପଏଣ୍ଟ ଟେବୁଲର ଶୀର୍ଷରେ ଭାରତ । ଶନିବାର ଶ୍ରୀଲଙ୍କା ବିପକ୍ଷ ମ୍ୟାଚ ବିଜୟ ପରେ ଭାରତ ଏକ ନମ୍ବରରେ ରହିଛି । ୪୪ତମ ମ୍ୟାଚରେ ଶ୍ରୀଲଙ୍କାକୁ ୭ୱିକେଟରେ ପରାସ୍ତ କରିଛି ଭାରତ ।

ଟସ୍ ଜିତି ପ୍ରଥମେ ଶ୍ରୀଲଙ୍କା ବ୍ୟାଟିଂ କରିଥିଲା । ତେବେ ଭାରତୀୟ ବୋଲରଙ୍କୁ ସାମ୍ନା କରି ନପାରି ଟିମ୍ ୫୦ ଓଭରରେ ୭ୱିକେଟ ହରାଇ ୨୬୪ ରନ କରିଥିଲା । ମାତ୍ର ୫୫ ରନରେ ଚାରିଟି ୱିକେଟ ଯାଇଥିଲା ଟିମ୍ ଶ୍ରୀଲଙ୍କାର ।

୨୬୫ ରନର ଲକ୍ଷ୍ୟ ରଖି ପଡିଆକୁ ଓହ୍ଲାଇଥିବା ଟିମ୍ ଇଣ୍ଡିଆ ଆରମ୍ଭରୁ ଶାନଦାର ପ୍ରଦର୍ଶନ କରିଥିଲା । ରୋହିତ ଶର୍ମାଙ୍କ ୧୦୩ ରନ ଓ ଲୋକେଶ ରାହୁଲଙ୍କ ଅପରାଜିତ ୧୧୧ ରନ ବଳରେ ଭାରତ ମାତ୍ର ୪୪.୩ ଓଭରରେ ୨୬୫ ରନର ବିଜୟ ଲକ୍ଷ୍ୟ ହାସଲ କରିଥିଲା । ଏହି ବିଜୟ ସହ ଭାରତ ୯ଟି ମ୍ୟାଚରୁ ୭ ବିଜୟ, ଗୋଟିଏ ପରାଜୟ ଓ ଗୋଟିଏ ବାତିଲ ସହିତ ମୋଟ୍ ୧୫ ପଏଣ୍ଟ ପାଇଛି। ଯଦି ଆଜିର ଅନ୍ୟ ଏକ ମ୍ୟାଚରେ ଅଷ୍ଟ୍ରେଲିଆ ଦକ୍ଷିଣ ଆଫ୍ରିକାଠୁ ହାରିଯାଏ ତେବେ ଭାରତ ଶୀର୍ଷ ସ୍ଥାନକୁ ଉନ୍ନୀତ ହେବ ଏବଂ ସେମି ଫାଇନାଲରେ ତାଲିକାର ଚତୁର୍ଥରେ ଥିବା ନ୍ୟୁଜିଲାଣ୍ଡକୁ ଭେଟିବ। କାରଣ ଅଷ୍ଟ୍ରେଲିଆର ୭ ବିଜୟ ଓ ୨ ପରାଜୟ ପରେ ୧୪ ପଏଣ୍ଟରେ ରହିବ।

Related Posts