କାହିଁକି ଇସ୍ତଫା ଦେଲେ ଜ୍ୟୋତିରାଦିତ୍ୟ ସିନ୍ଧିଆ

ସତ୍ୟପାଠ ବ୍ୟୁରୋ : କଂଗ୍ରେସର ରାଷ୍ଟ୍ରୀୟ ମହାସଚିବ ପଦରୁ ଇସ୍ତଫା ଦେଲେ ଜ୍ୟୋତିରାଦିତ୍ୟ ସିନ୍ଧିଆ । ଲୋକସଭା ନିର୍ବାଚନ ପୂର୍ବରୁ ତାଙ୍କୁ କଂଗ୍ରେସର ମହାସଚିବ କରାଯାଇଥିଲା । ତେବେ ନିଜ ଗଡରେ ପରାଜିତ ହୋଇଥିବା ସିନ୍ଧିଆ ଶେଷରେ ନୈତିକତା ଆଧାରରେ ପଦ ଛାଡିଥିବା କୁହାଯାଉଛି ।

ପଶ୍ଚିମ ଉତ୍ତରପ୍ରଦେଶ ପାଇଁ ପ୍ରଭାରୀ ଦାୟିତ୍ୱରେ ମଧ୍ୟ ଥିଲେ ଜ୍ୟୋତିରାଦିତ୍ୟ । କିନ୍ତୁ ଦଳ ୟୁପିରେ ସବୁଠୁ ଅଧିକ ଖରାପ ପ୍ରଦର୍ଶନ କରିଛି । ମାତ୍ର ଗୋଟିଏ ଲୋକସଭା ଆସନ ଜିତିଛି କଂଗ୍ରେସ । ଏମିତିକି ଆମେଥିରୁ ଖୋଦ୍ ରାହୁଲ ଗାନ୍ଧୀ ପରାସ୍ତ ହୋଇଥିଲେ । ସିନ୍ଧିଆ ପରିବାରର ଗଡ କୁହାଯାଉଥିବା ଗୁନା-ଶିବପୁରୀ ଆସନରେ ପରାସ୍ତ ହୋଇଥିଲେ ଜ୍ୟୋତିରାଦିତ୍ୟ । ୨୦୦୨ରୁ ଲଗାତାର ଏଠାରୁ ସାଂସଦ ହେଉଥିବା ସିନ୍ଧିଆଙ୍କୁ ଏଥର ପରାସ୍ତ ହେବାକୁ ପଡିଥିଲା । ଏ ସବୁ ପାଇଁ ନିଜକୁ ଉତ୍ତରଦାୟୀ କରି ସେ ଇସ୍ତଫା ଦେଇଛନ୍ତି ।

ରାହୁଲ ଗାନ୍ଧୀଙ୍କ ଇସ୍ତଫା ପରେ ଯେମିତି କଂଗ୍ରେସରେ ଇସ୍ତଫା ପର୍ବ ଆରମ୍ଭ ହୋଇ ଯାଇଛି । ନିର୍ବାଚନ ଫଳାଫଳକୁ ନେଇ କୌଣସି ବରିଷ୍ଠ ନେତା ମୁହଁ ଖୋଲୁ ନଥିବା ବେଳେ ପ୍ରଥମେ ନିଜ ମୁଣ୍ଡକୁ ଦୋଷ ନେଇଥିଲେ ରାହୁଲ । ଦଳ ସଭାପତି ପଦରୁ ଇସ୍ତଫା ଦେଇ ନୈତିକତାର ଶିଖାଇଥିଲେ ରାହୁଲ ଗାନ୍ଧୀ । ଏହାପରେ ଜଣଙ୍କ ପରେ ଜଣେ ଇସ୍ତଫା ଦେବା ଆରମ୍ଭ କରିଛନ୍ତି । ଦଳର ପ୍ରଭାରୀ ଥିବା ଦୀପକ ବାବରିଆ, ବିବେକ ତନଖା ପ୍ରମୁଖ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଏପରିକି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥ ବି ପ୍ରଦେଶ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଇ ସାରିଛନ୍ତି ।

Related Posts