ବିଶୃଙ୍ଖଳା ମଧ୍ୟରେ ନିଜକୁ ଶକ୍ତିଶାଳୀ କରିବା ବ୍ୟତୀତ ଭାରତ ପାଖରେ କୌଣସି ବିକଳ୍ପ ନାହିଁ: ରାଜନାଥ ସିଂ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ରୁଷ ଓ ୟୁକ୍ରେନ ମଧ୍ୟରେ ଦୀର୍ଘଦିନ ଧରି ଯୁଦ୍ଧ ଚାଲିଛି । ଉଭୟଙ୍କ ଯୁଦ୍ଧର ପ୍ରଭାବ ସାରା ବିଶ୍ୱର ଅର୍ଥନୀତି ଉପରେ ପଡ଼ିବାରେ ଲାଗିଛି । ସେପଟେ ୟୁକ୍ରେନ ୟୁଦ୍ଧ ପରେ ବିଶ୍ବର ସୁରକ୍ଷା ସ୍ଥିତି, ଶାନ୍ତି, ବିଶ୍ବ ବ୍ୟବସ୍ଥାରେ ଦ୍ରୁତ ପରିବର୍ତ୍ତନ ଆସିଯାଇଛି । ଦିନକୁ ଦିନ ସ୍ଥିତି ଅଧିକ ଜଟିଳ ହେଉଛି । ଏହାର ମୁକାବିଲା କରିବାକୁ ହେଲେ ଆମକୁ ଆହୁରି ଶକ୍ତିଶାଳୀ ହେବାକୁ ପଡ଼ିବ ବୋଲି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ।

ତେବେ ପ୍ରତିରକ୍ଷା ଶିଳ୍ପ ସମ୍ମିଳନୀ ଡିଫକନେକ୍ଟ ୨.୦କୁ ଉଦଘାଟନ କରି ସେ କହିଛନ୍ତି ଯେ ୟୁକ୍ରେନ ଯୁଦ୍ଧ ଆରମ୍ଭ ହେବା ପରେ ବିଶ୍ବର ପରିସ୍ଥିତି ଦ୍ରୁତ ଗତିରେ ବଦଳି ଚାଲିଛି । ଏସବୁ ଘଟଣା ଭାରତକୁ ବି ପ୍ରଭାବିତ କରୁଛି । ଏଣୁ ଆମକୁ ନିଜର ଶକ୍ତି ବଢାଇବାକୁ ପଡ଼ିବ । ସେ କହିଛନ୍ତି ଯେ ଫେବ୍ରୁଆରି ୨୧ରେ ଏରୋ ଇଣ୍ଡିଆ ସମ୍ମିଳନୀରେ ଆମେ ଏକତ୍ରିତ ହୋଇଥିଲେ,ସେତେବେଳର ଓ ଆଜିର ବିଶ୍ବ ମଧ୍ୟରେ ଅନେକ ପରିବର୍ତ୍ତନ ଆସିଯାଇଛି ।ପ୍ରତିରକ୍ଷା କ୍ଷେତ୍ରରେ ସ୍ବଦେଶୀ ଜ୍ଞାନକୌଶଳର ଉଦ୍ଭାବନ ଓ ବିକାଶ ଲକ୍ଷ୍ୟରେ ଷ୍ଟାର୍ଟଅପ୍, ଶିଳ୍ପ ସଂସ୍ଥା ଓ ସାମରିକ ବାହିନୀ ମଧ୍ୟରେ ସମନ୍ବୟ ସ୍ଥାପନ କରିବା ଲକ୍ଷ୍ୟରେ ଏହି ଡିଫକନେକ୍ଟ ୨.୦ ସମ୍ମିଳନୀର ଆୟୋଜନ କରାଯାଇଛି ।

Related Posts