ପଞ୍ଜାବର ଗୁରୁ ନାନକ ଦେବ ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପଞ୍ଜାବର ଗୁରୁ ନାନକ ଦେବ ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ । ତେବେ ହସ୍ପିଟାଲରେ କାହିଁକି ନିଆଁ ଲାଗିଲା ତାର କାରଣ ଏପର‌୍ୟ୍ୟନ୍ତ ଜଣାପଡ଼ନାହିଁ। ଅଗ୍ନିକାଣ୍ଡ ବିଷୟରେ ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଲିଭା କାର‌୍ୟ୍ୟା ଆରମ୍ଭ କରିଦେଇଛି। ଏପଟେ ନିଆଁ ଲାଗିବା ପରେ ହସ୍‌ପିଟାଲ୍ ଭିତରେ ଓ ପରିସରରେ ଉଦ୍ଧାର କାର‌୍ୟ୍ୟ କରାଯାଇଥିଲା। ଏପଟେ ଘଟଣାକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ପଞ୍ଜାବ ମନ୍ତ୍ରୀ ହରଭଜନ ସିିଂହ। ମାମଲାର ତଦନ୍ତ ହେବ ବୋଲି ସେ ସୂଚନା ଦେଇଛନ୍ତି। ଭୟଙ୍କର ନିଆଁ ଦେଖି ଆଖପାଖ ଲୋକେ ଭୟରେ ଏରିଆ ଛାଡ଼ି ପଳାଇଥିଲେ। ହସ୍‌ପିଟାଲରେ ଥିବା ସମସ୍ତ ରୋଗୀଙ୍କୁ ଉଦ୍ଧାର କରାଯାଇ ବାହାରକୁ ଅଣାଯାଇଛି।

ତା ସହିତ ପରିସରରେ ଥିବା ସମସ୍ତ ଯାନବାହନ ଆଦିକୁ ହଟାଇ ଦିଆଯାଇଥିଲା। ତେବେ ଏପର‌୍ୟ୍ୟନ୍ତ କୌଣସି କ୍ଷୟକ୍ଷତି ହୋଇଥିବା ନେଇ ଖବର ଆସିନାହିଁ। ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହିତ ଏହାକୁ ଦୁର୍ଭାଗ୍ୟପୂର୍ଣ୍ଣ କହିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମନ। ସେ ଟ୍ୱିଟ୍ କରି କହିଛନ୍ତି ” ଅମୃତସରରେ ଗୁରୁ ନାନକ ହସ୍‌ପିଟାଲ୍‌ରେ ନିଆଁ ଲାଗିବା ଘଟଣା ଦୁର୍ଭାଗ୍ୟପୂର୍ଣ୍ଣ। ଅଗ୍ନିଶମ ବାହିନୀଙ୍କୁ ହାଇ ଆଲର୍ଟରେ ରଖାଯାଇଛି। ଭଗବାନଙ୍କ ଦୟାରୁ ଏପର‌୍ୟ୍ୟନ୍ତ କୌଣସି କ୍ଷୟକ୍ଷତି ହୋଇନାହିଁଁ। ମନ୍ତ୍ରୀ ହରଭଜନ ସିଂହ ଘଟଣା ସ୍ଥଳକୁ ଯାଇଛନ୍ତି। ମୁଁ ନିୟମିତ ଭାବେ ରିଲିଫ୍ କାମ ତଦାରଖ କରୁଛି।” ଅନ୍ୟପଟେ ଗତକାଲି ଦିଲ୍ଲୀର ଏକ ବିଲ୍‌ଡିଂରେ ନିଆଁ ଲାଗି ୨୭ ଜଣଙ୍କର ଜୀବନ ହାରିଛନ୍ତି ।

Related Posts