ଆସନ୍ତା କାଲି ଭାରତ ବନ୍ଦ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଆସନ୍ତା କାଲି ଭାରତ ବନ୍ଦ । କେନ୍ଦ୍ର ସରକାରଙ୍କ ନୀତିକୁ ବିରୋଧ କରି ଆସନ୍ତା କାଲି ଅର୍ଥାତ ମଇ ୨୫ ତାରିଖକୁ ବନ୍ଦ ଡାକରା ଦିଆଯାଇଛି । ଅଲ୍ ଇଣ୍ଡିଆ ବେକୱାର୍ଡ ଆଣ୍ଡ ମାଇନୋରିଟି ଏମ୍ପ୍ଲଇଜି ଫେଡେରେସନ (ବିଏଏମସିଇଏଫ) ତରଫରୁ ଏହି ଡାକରା ଦିଆଯାଇଛି । ଫେଡେରେସନ ପକ୍ଷରୁ ଜାତିଗତ ଜନଗଣନାକୁ ସମର୍ଥନ କରି ଏହି ଡାକରା ଦିଆଯାଇଛି । ଏହି ବନ୍ଦ ଡାକରାକୁ ଏକମାତ୍ର ରାଜନୈତିକ ଦଳ ବହୁଜନ ମୁକ୍ତି ପାର୍ଟି ସମର୍ଥନ ଦେଇଛି ।

ଏନେଇ ବହୁଜନ ମୁକ୍ତି ପାର୍ଟିର ନେତା ନୀରଜ ଧିମାନ କହିଛନ୍ତି କି କେବଳ ଜାତିଗତ ଜନଗଣାନା ନୁହେଁ, ଏହାସହ ନିର୍ବାଚନରେ ଇଭିଏମ ବ୍ୟବହାରକୁ ବିରୋଧ, ଘରୋଇ କ୍ଷେତ୍ରରେ ପଛୁଆ ଓ ଦଳିତ ବର୍ଗ ପାଇଁ ସଂରକ୍ଷଣ ଲାଗୁ ଭଳି ଦାବି ମଧ୍ୟ ରହିଛି । ଏହି ଆନ୍ଦୋଳନକୁ ବିଏଏମସିଇଏଫ ଓ ବହୁଜନ ମୁକ୍ତି ପାର୍ଟି ସହଯୋଗ କରୁଥିବା ବେଳେ ବହୁଜନ କ୍ରାନ୍ତି ମୋର୍ଚ୍ଚା ବି ଏହି ବନ୍ଦ ଡାକରାକୁ ସମର୍ଥନ ଦେଇଛି ।

Related Posts