ଭାରତୀୟ ବ୍ୟାଙ୍କରୁ ୫୦ ହଜାର କୋଟି ଡଲାର ଋଣ କରିବେ ଶ୍ରୀଲଙ୍କା ସରକାର

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଭାରତୀୟ ବ୍ୟାଙ୍କରୁ ୫୦ ହଜାର କୋଟି ଡଲାର ଋଣ କରିବେ ଶ୍ରୀଲଙ୍କା ସରକାର । ବୈଦେଶିକ ମୁଦ୍ରାକୁ ନେଇ ଜାରି ରହିଥିବା ସଙ୍କଟ ଭିତରେ ଶ୍ରୀଲଙ୍କାର ମନ୍ତ୍ରୀମଣ୍ଡଳ ପେଟ୍ରୋଲିୟମ ଉତ୍ପାଦ କିଣିବା ପାଇଁ ଭାରତୀୟ ଏକ୍ସିମ ବ୍ୟାଙ୍କରୁ ୫୦ କୋଟି ଆମେରିକୀୟ ଡଲାର ଋଣ ନେବା ପାଇଁ ପ୍ରସ୍ତାବକୁ ମଞ୍ଜୁରୀ ଦେଇଛି । ଶ୍ରୀଲଙ୍କା ପେଟ୍ରୋଲ ପମ୍ପରେ ପେଟ୍ରୋଲ-ଡିଜେଲ ଶେଷ ହେବାକୁ ରୋକିବା ପାଇଁ ଚେଷ୍ଟା ଜାରି ରହିଛି ।

ଦେଶରେ ଥିବା ବୈଦେଶିକ ମୁଦ୍ରାର ସଙ୍କଟ ଭିତରେ ଟଙ୍କା ଦେବାରେ ଅନେକ ଅସୁବିଧା ଦେଖାଦେଇଛି । ଦେଶର ଶକ୍ତିମନ୍ତ୍ରୀ କଞ୍ଚନା ବିଜେସକୋରା ମଙ୍ଗଳବାର କହିଛନ୍ତି, ସୋମବାର ମନ୍ତ୍ରୀମଣ୍ଡଳର ବୈଠକରେ ଇନ୍ଧନ କିଣିବା ପାଇଁ ଭାରତୀୟ ଏକ୍ସିମ ବ୍ୟାଙ୍କରୁ ଋଣ ନେବା ପ୍ରସ୍ତାବକୁ ମଞ୍ଜୁରୀ ଦିଆଯାଇଛି । ଶ୍ରୀଲଙ୍କା ପ୍ରଥମେ ତେଲ କିଣିବା ପାଇଁ ଭାରତୀୟ ଏକ୍ସିମ ବ୍ୟାଙ୍କରୁ ୫୦ କୋଟି ଆମେରିକୀୟ ଡଲାର ଏବଂ ଭାରତୀୟ ଷ୍ଟେଟ ବ୍ୟାଙ୍କରୁ ୨୦ କୋଟି ଡଲାର ମିଳିସାରିଛି ।

Related Posts