ନିରାଶ କଲା ଟିମ୍‌ ଇଣ୍ଡିଆ, ହକି ବିଶ୍ବକପ୍‌ ବିଜୟ ଆଶା ଧୂଳିସାତ୍‌, ନେଦରଲ୍ୟାଣ୍ଡସ୍‌ଠାରୁ 1-2ରେ ହାରିଲା ଭାରତ

ନିରାଶ କଲା ଟିମ୍‌ ଇଣ୍ଡିଆ । ଗୁରୁବାର ସଂଧ୍ୟାରେ ଖେଳାଯାଇଥିବା ହକି ବିଶ୍ବକପ୍‌ କ୍ବାର୍ଟର ଫାଇନାଲ୍‌ ମୁକାବିଲାରେ ଭାରତକୁ ୨-୧ ଗୋଲ୍‌ରେ ହରାଇ ସେମିଫାଇନାଲରେ ପ୍ରବେଶ କରିଛି ନେଦରଲାଣ୍ଡ୍‌ସ । ପୁରା ବିଶ୍ବକପ୍‌ରେ ଅପରାଜେୟ ଥିବା ଭାରତକୁ କ୍ବାର୍ଟର ଫାଇନାଲରେ ଲାଗିଛି ଶକ୍ତ ଝଟ୍‌କା । ମ୍ୟାଚ୍‌ ଆରମ୍ଭରେ ଭାରତ ଗୋଟିଏ ଗୋଲ୍‌ ଦେଇ ଅଗ୍ରଣୀ ହାସଲ କରିଥିଲା ।

ତେବେ ପରବର୍ତ୍ତୀ ସମୟରେ ନେଦରଲାଣ୍ଡସ୍‌ ୨ଟି ଗୋଲ୍‌ ଦେଇ ମ୍ୟାଚ୍‌କୁ କବ୍‌ଜା କରିନେଇଥିଲା । ଭାରତକୁ ଗୋଲ୍‌ କରିବାକୁ ଏକାଧିକ ସୁଯୋଗ ମିଳିଥିଲେ ବି ଏହାକୁ ଗୋଲ୍‌ରେ ପରିଣତ କରିପାରିନଥିଲେ ଖେଳାଳି । ମ୍ୟାଚକୁ ନେଇ ଦର୍ଶକଙ୍କ ମଧ୍ୟରେ ରହିଥିଲା ବେଶ୍‌ ଉତ୍ସାହ । ତେବେ କଡ଼ା ମୁକାବିଲା ସତ୍ବେ ମ୍ୟାଚ୍‌ ହାରିଛି ଭାରତ । ବହୁ ସଂଖ୍ୟାରେ ଦର୍ଶକ ଷ୍ଟାଡିୟମ୍‌ରେ ଘରୋଇ ଦଳକୁ ଉତ୍ସାହିତ କରିଥିଲେ ।

ସେପଟେ ତୃତୀୟ ଦଳ ଭାବେ ହକି ବିଶ୍ବକପ୍‌ ୨୦୧୮ ସେମିଫାଇନାଲରେ ପହଞ୍ଚିଛି ବେଲଜିୟମ । ଜର୍ମାନୀକୁ ୨-୧ ଗୋଲ୍‌ରେ ହରାଇ ବେଲଜିୟମ୍‌ ସେମିଫାଇନାଲ୍‌କୁ ଯାଇଛି । ଏହି ହାଇଭୋଲଟେଜ୍‌ ମୁକାବିଲାରେ କଡ଼ା ଟକ୍କର ଦେଖିବାକୁ ମିଳିଥିଲା । ତେବେ ଶେଷରେ ଜର୍ମାନୀକୁ ୨-୧ ଗୋଲ୍‌ରେ ବେଲଜିୟମ ହରାଇବାରେ ସଫଳ ହୋଇଥିଲା । ସେମିଫାଇନାଲରେ ଇଂଲଣ୍ଡକୁ ଭେଟିବ ବେଲଜିୟମ ।

Related Posts