ରୋହିତ ଶର୍ମା କଲେ ୩୭ ରନ୍‌, ଆଡିଲେଡ୍‌ରେ 100 ରନ୍‌ ଭିତରେ ପଡ଼ିଲା 5 ୱିକେଟ୍‌

ଆଡିଲେଡ୍‌ ଟେଷ୍ଟରେ ଟିମ୍‌ ଇଣ୍ଡିଆର ବିପର୍ଯ୍ୟୟ ଜାରି ରହିଛି । ଦଳୀୟ ସ୍କୋର 100 ଛୁଇଁବା ପୂର୍ବରୁ ଭାରତୀୟ ଦଳ 5ଟି ୱିକେଟ୍‌ ହରାଇ ଦୟନୀୟ ସ୍ଥିତିର ସାମ୍ନା କରିଛି । ପଞ୍ଚମ ବ୍ୟାଟ୍‌ସମ୍ୟାନ୍‌ ଭାବେ ରୋହିତ ଶର୍ମା ଆଉଟ୍‌ ହୋଇଛନ୍ତି । ଦଳୀୟ ସ୍କୋର 88 ରନ୍‌ରେ ରୋହିତ ବ୍ୟକ୍ତିଗତ 33 ରନ୍‌ କରି ପ୍ୟାଭିଲିୟନ୍‌ ଫେରିଛନ୍ତି । ଅଷ୍ଟ୍ରେଲିଆ ଗସ୍ତର ପ୍ରଥମ ଟେଷ୍ଟର ପ୍ରଥମ ଦିନ ମଧ୍ୟାହ୍ନ ଭୋଜନ ବିରତି ସୁଦ୍ଧା ଭାରତ ମାତ୍ର 56 ରନ୍‌ କରି ଉପରକ୍ରମର 4ଜଣ ବ୍ୟାଟସମ୍ୟାନ୍‌ଙ୍କୁ ହରାଇଥିଲା ।

ପୂର୍ବରୁ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ ଟିମ୍‌ ଇଣ୍ଡିଆର କ୍ୟାପଟେନ୍‌ ବିରାଟ କୋହଲି । ତେବେ ଅଷ୍ଟ୍ରେଲୀୟ ବୋଲରମାନେ କୋହଲିଙ୍କ ନିଷ୍ପତ୍ତିକୁ ଭୁଲ ପ୍ରମାଣିତ କରିଥିଲେ । ଦ୍ୱିତୀୟ ଓଭରରେ ହିଁ କେ ଏଲ୍‌ ରାହୁଲଙ୍କୁ ଆଉଟ୍‌ କରିଥିଲେ କଙ୍ଗାରୁ ବୋଲର ଜୋସ୍‌ ହାଜଲଉଡ୍‌ । ପରେ ଅନ୍ୟତମ ଓପନର ମୁରଲୀ ବିଜୟ ବି ଷ୍ଟାର୍କଙ୍କ ଶିକାର ହୋଇଥିଲେ । ସେ ମାତ୍ର ୧୧ ରନ୍‌ କରି ଆଉଟ୍‌ ହୋଇଥିଲେ । କ୍ୟାପଟେନ୍‌ ବିରାଟ କୋହଲି ମଧ୍ୟ ମାତ୍ର ୩ ରନ୍‌ କରି ଆଉଟ୍‌ ହୋଇଥିଲେ । ଉପ ଅଧିନାୟକ ଅଜିଙ୍କ୍ୟ ରାହାଣେ ମାତ୍ର୧୩ ରନ୍‌ କରି କୁମିନ୍ସ ଶିକାର ହୋଇଥିଲେ । ମଧ୍ୟାହ୍ନ ଭୋଜନ ବିରତି ବେଳକୁ ଚେତେଶ୍ୱର ପୂଜାରା ୧୧ ଓ ରୋହିତ ଶର୍ମା ୧୫ ରନ୍‌ କରି ବ୍ୟାଟିଂ କରୁଛନ୍ତି ।

Related Posts