ଲଗାତାର ତୃତୀୟ ଦିନ ପାଇଁ ଭାରତରେ ସର୍ବାଧିକ କୋଭିଡ୍ ପଜିଟିଭ କେସ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି। ଶନିବାର କ୍ରମାଗତ ତୃତୀୟ ଦିନ ପାଇଁ ଦେଶରେ ଗୋଟିଏ ଦିନରେ ତିନି ଲକ୍ଷରୁ ଅଧିକ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ଆଜି 3,46,786 ମାମଲା ରେକର୍ଡ ହୋଇଛି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 1,66,10,481 କୁ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟାରେ 2624 କରୋନା ରୋଗୀ ପ୍ରାଣ ହରାଇଛନ୍ତି। ସେହିପରି ମୋଟ୍ ମୃତ୍ୟୁ ସଂଖ୍ୟା 1,89,544 କୁ ବୃଦ୍ଧି ପାଇଛି। ପରିସଂଖ୍ୟାନ ଦୃଷ୍ଟିରୁ, ଗତ 8 ଦିନ ମଧ୍ୟରେ 20 ଲକ୍ଷରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନ ଦେଶରେ ସମୁଦାୟ 2552940 ଆକ୍ଟିଭ କେସ୍ ରହିଛି । ଆଇସିଏମଆର ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଗତ 24 ଘଣ୍ଟା ମଧ୍ୟରେ ଦେଶରେ 29,01,412 ଲୋକଙ୍କୁ ଟିକା ଦିଆଯାଇଛି।

Related Posts