(ସତ୍ୟପାଠ ବ୍ୟୁରୋ)ଭୁବନେଶ୍ୱର: ଦେଶରେ ଅମ୍ଳଜାନ ସଂକଟକୁ ଦୂର କରିବା ପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟ ଜର୍ମାନୀରୁ 23 ଟି ମୋବାଇଲ ଅମ୍ଳଜାନ ପ୍ଲାଣ୍ଟକୁ ବିମାନ ଯୋଗେ ଭାରତ ଆଣିବାକୁ ନିଷ୍ପତ୍ତି ନେଇଛି। ପ୍ରତିରକ୍ଷା ମନ୍ତ୍ରଣାଳୟ ଶୁକ୍ରବାର ଏହି ସୂଚନା ଦେଇଛନ୍ତି। ପ୍ରତ୍ୟେକ ପ୍ଲାଣ୍ଟରେ ପ୍ରତି ମିନିଟରେ 40 ଲିଟର ଅମ୍ଳଜାନ ଏବଂ ଘଣ୍ଟାକରେ 2400 ଲିଟର ଅମ୍ଳଜାନ ଉତ୍ପାଦନ କରିବାର କ୍ଷମତା ଅଛି । ଏପରି ପରିସ୍ଥିତିରେ, ଏହି 23 ପ୍ଲାଣ୍ଟରୁ ପ୍ରତି ମିନିଟରେ 920 ଲିଟର ଅମ୍ଳଜାନ ଉତ୍ପାଦନ ହେବ । ପ୍ରତିରକ୍ଷା ମନ୍ତ୍ରଣାଳୟର ମୁଖ୍ୟ ମୁଖପାତ୍ର ଏ ଭରତ ଭୂଷଣ ବାବୁ କହିଛନ୍ତି ଯେ କୋଭିଡ -19 ରୋଗୀଙ୍କ ଚିକିତ୍ସା କରୁଥିବା ସଶସ୍ତ୍ର ବାହିନୀ ମେଡିକାଲ ସର୍ଭିସେସ୍ (AFMS) ର ଡାକ୍ତରଖାନାରେ ଏହି ପ୍ଲାଣ୍ଟ ସ୍ଥାପନ କରାଯିବ। ସୂଚନା ମୁତାବକ, ଏକ ସପ୍ତାହ ମଧ୍ୟରେ ଅମ୍ଳଜାନ ଉତ୍ପାଦନକାରୀ ପ୍ଲାଣ୍ଟ ଗୁଡିକ ଭାରତ ଆସିବାର ସମ୍ଭାବନା ରହିଛି। ଅନ୍ୟ ଜଣେ ଅଧିକାରୀ କହିଛନ୍ତି ଯେ ବିଦେଶରୁ ଅଧିକ ଅମ୍ଳଜାନ ଉତ୍ପାଦନକାରୀ ପ୍ଲାଣ୍ଟ କ୍ରୟ କରାଯାଇପାରେ।ମନ୍ତ୍ରଣାଳୟର ନିଷ୍ପତ୍ତି ଏମିତି ଏକ ସମୟରେ ଆସିଛି ଯେତେବେଳେ ଚାରି ଦିନ ପୂର୍ବରୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଚିକିତ୍ସା ଭିତ୍ତିଭୂମିରେ ଉନ୍ନତି ଆଣିବା ଉଦ୍ଦେଶ୍ୟରେ ଆବଶ୍ୟକ କ୍ରୟ ପାଇଁ ସମସ୍ତ ତିନୋଟି ସେବା ତଥା ଅନ୍ୟାନ୍ୟ ପ୍ରତିରକ୍ଷା ଏଜେନ୍ସିକୁ ଜରୁରୀକାଳୀନ ଆର୍ଥିକ କ୍ଷମତା ପ୍ରଦାନ କରିବାକୁ ଘୋଷଣା କରିଥିଲେ। ଉଲ୍ଲେଖନୀୟ କଥା ହେଉଛି, ଭାରତରେ କରୋନା ମହାମାରୀ କ୍ରମାଗତ ଭାବେ ଗମ୍ଭୀର ରୂପ ନେଉଛି ଏବଂ ଅନେକ ରାଜ୍ୟରେ ଅମ୍ଳଜାନ ଅଭାବ ଦେଖାଦେଇଛି।
Related Posts
-
Copyright © SatyaPatha2021