ଗତ ୨୪ ଘଣ୍ଟାରେ ମହାରାଷ୍ଟ୍ରରେ ସର୍ବାଧିକ ୫୬୮କୋଭିଡ ମୃତ

(ସତ୍ୟପାଠ ବ୍ୟୁରୋ)ଭୁବନେଶ୍ୱର : ଭାରତରେ ଦିନକୁ ଦିନ କରୋନା ସ୍ଥିତି ଭୟାବହ ରୂପ ନେଉଛି । ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଥିବା ସହ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ସର୍ବାଧିକ ୨୨୬୩ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ମୃତ ଆକ୍ରାନ୍ତଙ୍କ ମଧ୍ୟରୁ ୮୧.୭୯% ମୃତ୍ୟୁ ୧୦ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରୁ ରେକର୍ଡ କରାଯାଇଛି । ମହାରାଷ୍ଟ୍ରରୁ ସର୍ବାଧିକ ୫୬୮ ଜଣ କରୋନା ରୋଗୀ ପ୍ରାଣ ହରାଇଥିବା ବେଳେ ତା ତଳକୁ ଜାତୀୟ ରାଜଧାନୀ ଦିଲ୍ଲୀରୁ ୩୦୬ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ସେହିପରି ଛତିଶଗଡ ଓ ଉତ୍ତରପ୍ରେଦଶରୁ ଗତ ୨୪ ଘଣ୍ଟା ମଧ୍ୟରେ ଯଥାକ୍ରମେ ୨୦୭ ଓ ୧୯୫ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଗୁଜୁରାଟରେ ୧୩୭ କରୋନା ରୋଗୀ ପ୍ରାଣ ହରାଇଛନ୍ତି । ଏପଟେ ଆଜି ତୃତୀୟ ଦିନ ପାଇଁ ଦେଶରେ ଗୋଟିଏ ଦିନରେ ତିନି ଲକ୍ଷରୁ ଅଧିକ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ୩,୪୬,୭୮୬ ନୂଆ କରୋନା ଅକ୍ରଉାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ମୋଟ ମୃତ୍ୟୁ ସଂଖ୍ୟା ୧,୮୯,୫୪୪ ରେ ପହଞ୍ଚିଛି । ସୂଚନାଯୋଗ୍ୟ ଓଡିଶାରେ ଆଜି ୮ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି ।

Related Posts