ବାୟୋଟେକ କ୍ଷେତ୍ରରେ ଭାରତ ଖୁବ ଶୀଘ୍ର ପୃଥିବୀର ୧୦ ଶୀର୍ଷ ଦେଶ ମଧ୍ୟରେ ସ୍ଥାନ ପାଇବ: ମୋଦି

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପ୍ରଧାନମନ୍ତ୍ରୀ ନ୍ରନ୍ଦ୍ର ମୋଦି ଆଜି ଦିଲ୍ଲୀର ପ୍ରଗତି ମଇଦାନରେ ଦେଶର ପ୍ରଥମ ବାୟୋଟେକ ଷ୍ଟାର୍ଟଅପ ଏକ୍ସପୋ-୨୦୨୨ର ଉଦଘାଟନ କରିଛନ୍ତି । ସେଠାରେ ପ୍ରଧାନମନ୍ତ୍ରୀ ସମ୍ବୋଧିତ କରି ବଡ଼ ଘୋଷଣା କରିଥିବାର ଦେଖିବାକୁ ମିଳିଛି । ତେବେ ଭାରତ ବାୟୋଟେକ କ୍ଷେତ୍ରରେ ଖୁବ ଶୀଘ୍ର ପୃଥିବୀର ୧୦ ଶୀର୍ଷ ଦେଶ ମଧ୍ୟରେ ସ୍ଥାନ ପାଇବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଏହା ସହ ଦେଶର ପ୍ରଥମ ବାୟୋଟେକ ଷ୍ଟାର୍ଟଅପ ଏକ୍ସପୋ ହେଉଛି ବାୟୋଟେକ କ୍ଷେତ୍ରର ବ୍ୟାପକ ବିକାଶର ପ୍ରତିଫଳନ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଗତ ଆଠ ବର୍ଷ ମଧ୍ୟରେ ଭାରତର ଜୈବ ଅର୍ଥନୀତି ଆଠ ଗୁଣ ବୃଦ୍ଧି ପାଇଛି । ୧୦ ବିଲିୟନରୁ ଏହା ୮୦ ବିଲିୟନ ଡଲାରରେ ପହଞ୍ଚିଛି । ନୂଆ ଭାରତର ଏହି ନୂତନ ସଫଳତାରେ ବାୟୋଟେକ୍ନୋଲୋଜି ଶିଳ୍ପ ଅନୁସନ୍ଧାନ ସହାୟତା ପରିଷଦ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି ବୋଲି ସେ କହିଛନ୍ତି ।

ବାୟୋଟେକ କ୍ଷେତ୍ରରେ ଭାରତକୁ ସୁଯୋଗର ଦେଶ ଭାବେ ବିବେଚନା କରାଯାଉଛି । ଏହାର ମୁଖ୍ୟତ ପାଞ୍ଚଟି କାରଣ ଅଛି । ଏଥିରେ ଭାରତର ବିଭିନ୍ନ ଜନସଂଖ୍ୟା, ବିବିଧ ଜଳବାୟୁ ଜୋନ, ପ୍ରତିଭାବାନ ମାନବ ପୁଞ୍ଚି ପୁଲ, ବ୍ୟବସାୟ କରିବା ସହଜତା ଏବଂ ଜୈବ ଉତ୍ପାଦର ଚାହିଦା ଅନ୍ତର୍ଭୁକ୍ତ । ସେପଟେ ଗତ ୮ ବର୍ଷ ମଧ୍ୟରେ ଆମ ଦେଶରେ ଷ୍ଟାର୍ଟ ଅପ ସଂଖ୍ୟା ପ୍ରାୟ ୬୦ଟି ବିଭିନ୍ନ ଶିଳ୍ପରେ ୭୦ ହଜାରକୁ ବୃଦ୍ଧି ପାଇଛି । ଏଥି ମଧ୍ୟରୁ ୫ ହଜାରରୁ ଅଧିକ ଷ୍ଟାର୍ଟ ଅପ ବାୟୋଟେକ ସେକ୍ଟର ସହିତ ଜଡ଼ିତ ରହିଥିବା ପ୍ରଧାନମନ୍ତ୍ରୀ କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।

Related Posts