ଟୋକିଓ ପାରାଲିମ୍ପିକ୍ସରେ ଭାରତକୁ ମିଳିଲା ଆଉ ଏକ ପଦକ : ବ୍ୟାଡ୍‌ମିଣ୍ଟନ୍‌ ମ୍ୟାଚ୍‌ରେ ସ୍ବର୍ଣ୍ଣ ଜିଣିଲେ କୃଷ୍ଣ ନାଗର

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଚଳିତ ଟୋକିଓ ପାରାଲିମ୍ପିକ୍ସରେ ଭାରତର ବିଜୟ ଅଭିଯାନ ଜାରି ରହିଛି। ଆଜି ଭାରତକୁ ମିଳିଛି ପଞ୍ଚମ ସ୍ୱର୍ଣ୍ଣ ପଦକ। ଟୋକିଓରେ ପଞ୍ଚମ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ସୃଷ୍ଟି କରିଛନ୍ତି ୨୨ ବର୍ଷୀୟ ବ୍ୟାଡ୍‌ମିଣ୍ଟନ୍‌ ଖେଳାଳି କୃଷ୍ଣ ନାଗର। କୃଷ୍ଣ ଏସ୍‌ଏଚ୬ ବର୍ଗରେ ଏହି ପଦକ ଜିତିଛନ୍ତି। ବ୍ୟାଡ୍‌ମିଣ୍ଟନରେ ଏହା ହେଉଛି ଭାରତର ଦ୍ୱିତୀୟ ସ୍ୱର୍ଣ୍ଣ ପଦକ।

ସୂଚନାଯୋଗ୍ୟ ଯେ ଗତକାଲି ଓଡ଼ିଆ ପୁଅ ପ୍ରମୋଦ ଭଗତ ବ୍ୟାଡ୍‌ମିଣ୍ଟନର ପୁରୁଷ ଏକକ ଏସ୍‌ଏଲ୍‌ ୩ ବର୍ଗରେ ଦେଶ ପାଇଁ ପ୍ରଥମ ସ୍ୱର୍ଣ୍ଣ ପଦକ ଜିତିଥିଲେ ।ବ୍ୟାଡ୍‌ମିଣ୍ଟନ୍‌ ପ୍ରତିଯୋଗିତା ଫାଇନାଲ୍‌ରେ ଆଜି ଭାରତୀୟ ଖେଳାଳି କୃଷ୍ଣ ନାଗର ‘ପୁରୁଷ ସିଙ୍ଗଲ୍‌ସ୍’ରେ (ଏସ୍‌ଏସଚ୍‌୬) ହଙ୍ଗକଙ୍ଗ୍‌ର ଚୁ’ ମାନ୍ କାଇଙ୍କୁ ପରାସ୍ତ କରି ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି।

ଆଜିର ଫାଇନାଲ ମ୍ୟାଚରେ ସେ ୨୧-୧୭, ୧୬-୨୧ ଓ ୨୧-୧୭ ଗେମ୍‌ରେ ଜିତି ନେଇଥିଲେ । ଗତକାଲି ସେମି ଫାଇନାଲରେ ଗ୍ରେଟ ବ୍ରିଟେନର କ୍ରାୟଷ୍ଟେନ କୋମ୍ବସଙ୍କୁ ୨୧-୧୦ ଓ ୨୧-୧୧ରେ ହରାଇ ଫାଇନାଲ୍‌ରେ ପ୍ରବେଶ କରି ପଦକ ସୁନିଶ୍ଚିତ କରିଥିଲେ କୃଷ୍ଣ। ତାଙ୍କ ସ୍ବର୍ଣ୍ଣ ପଦକକୁ ମିଶାଇ ଏଥର ପାରାଲିମ୍ପିକ୍‌ ରେ ଭାରତର ସ୍ବର୍ଣ୍ଣ ପଦକ ସଂଖ୍ୟା ୫ରେ ପହଞ୍ଚିବା ସହିତ ୮ଟି ରୌପ୍ୟ ଓ ୬ଟି ବ୍ରୋଞ୍ଜ ପଦକ ରହିଛି। ସହ ସମୁଦାୟ ପଦକ ସଂଖ୍ୟା ୧୯ରେ ପହଞ୍ଚିଛି।ଏଥିରୁ କେବଳ ବ୍ୟାଡ୍‌ମିଣ୍ଟନରେ ମିଳିଛି ୪ଟି ପଦକ।

ସୂଚନା ଥାଉକି କୃଷ୍ଣଙ୍କ ପୂର୍ବରୁ ଆଜି ବ୍ୟାଡ୍‌ମିଣ୍ଟନ୍‌ର ପୁରୁଷ ଏକକ ଏସ୍‌ଏଲ୍‌୪ ବର୍ଗରେ ଯୁବ ଆଇଏଏସ୍ ଅଫିସ୍‌ର ସୁହାସ ୟାଥିରାଜ୍‌ ରୌପ୍ୟ ପଦକ ଜିତି ଇତିହାସ ସୃଷ୍ଟି କରିଥିଲେ। ସେ ଫାଇନାଲ୍‌ରେ ଫ୍ରାନ୍ସର ଲୁକାସ ମଜୁରଙ୍କ ଠାରୁ ୨୧-୧୫, ୧୭-୨୧ ଓ ୧୫-୨୧ ଗେମ୍‌ରେ ହାରି ଯାଇଥିଲେ। 

Related Posts