୯୪ବର୍ଷ ବୟସରେ ଭାରତ ପାଇଁ ଗୋଲ୍ଡ ମେଡାଲ ଜିତି ବିଶ୍ୱକୁ ଚକିତ କଲେ ବୃଦ୍ଧା, ବିମାନବନ୍ଦର ରେ ଭବ୍ୟ ସ୍ବାଗତ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ହରିୟାଣାର ଭଗୱାନୀ ଦେବୀ ୯୪ ବର୍ଷ ବୟସରେ ଭାରତ ପାଇଁ ଗୋଲ୍ଡ ମେଡାଲ ଜିତିଛନ୍ତି। ବିଶ୍ୱ ମାଷ୍ଟର୍ସ ଆଥଲେଟିକ୍ସ ଚାମ୍ପିଅନସିପରେ ଅଂଶଗ୍ରହଣ କରି ଭଗୱାନୀ ଗୋଟିଏ ଗୋଲ୍ଡ ଓ ୨ଟି ବ୍ରୋଞ୍ଜ ଜିତି ଭାରତକୁ ଗୌରାବାନ୍ୱିତ କରିଛନ୍ତି । ଭଗୱାନୀ ଦେବୀ ପଦକ ଜିତି ଭାରତକୁ ଫେରିଆସିଛନ୍ତି ଓ ଦିଲ୍ଲୀ ଏୟାରପୋର୍ଟରେ ତାଙ୍କର ଜୋରଦାର ସ୍ୱାଗତ ହୋଇଛି । ଏୟାରପୋର୍ଟରେ ତାଙ୍କୁ ଦେଖିବା ପାଇଁ ବହୁ ପ୍ରଶଂସକଙ୍କ ଭିଡ଼ ଜମିଥିଲା।ତେବେ ଏହି ୯୪ ବର୍ଷିୟ ବୃଦ୍ଧା ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି । ଯେଉଁ ବୟସରେ ଲୋକେ ଠିକ୍ ରେ ଉଠିବସି ପାରନ୍ତି ନାହିଁ ସେହି ବୟସରେ ସେ ବିଦେଶରେ ତିରଙ୍ଗା ଉଡ଼ାଇ ଫେରିଛନ୍ତି ।

ଭଗୱାନୀ ଦେବୀ ବିଶ୍ୱ ମାଷ୍ଟର୍ସ ଆଥଲେଟିକ୍ସ ଚାମ୍ପିଅନସିପ୍ ୨୦୨୨ରେ ହେଉଥିବା ୧୦୦ ମିଟର ଦୌଡ଼ରେ ଉତ୍ତୀର୍ଣ୍ଡ ହୋଇ ସମଗ୍ର ବିଶ୍ୱକୁ ଚକିତ କରିଛନ୍ତି । ୨୪.୭୪ ସେକେଣ୍ଡ ମଧ୍ୟରେ ସମସ୍ତଙ୍କୁ ପଛରେ ପକାଇ ୧୦୦ ମିଟର ଦୌଡ଼ ପ୍ରତିଯୋଗୀତାରେ ବିଜୟ ହାସଲ କରିଛନ୍ତି ।ଫିନଲାଣ୍ଡରେ ଅନୁଷ୍ଠିତ ହୋଇଥିବା ଏହି ବିଶ୍ୱ ମାଷ୍ଟର୍ସ ଆଥଲେଟିକ୍ସ ଚମ୍ପିଆନସିପରେ ଭଗୱାନୀ ଦେବୀ ଦୁଇଟି ତାମ୍ର ପଦକ ଜିତିଥିବା ମଧ୍ୟ ସୂଚନା ରହିଛି । ଭଗୱାନୀ ଦେବୀଙ୍କର ଏହି ଚମତ୍କାର ପ୍ରଦର୍ଶନ ସମସ୍ତଙ୍କୁ ବିସ୍ମିତ କରିଛି । ବୟସ କେବଳ ଗୋଟିଏ ସଂଖ୍ୟା ବୋଲି ଭଗୱାନୀ ପ୍ରମାଣ କରିଛନ୍ତି। ତାଙ୍କର ଏହି ସଫଳତା ପାଇଁ ସମସ୍ତେ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

Related Posts