ଶ୍ରୀଲଙ୍କା ବିରୋଧରେ ପ୍ରଥମ ଟେଷ୍ଟ ମ୍ୟାଚ ଜିତିଲା ଭାରତ

ନୂଆଦିଲ୍ଲୀ(ସତ୍ୟପାଠ ବ୍ୟୁରୋ): ଶ୍ରୀଲଙ୍କା ବିରୋଧରେ ପ୍ରଥମ ଟେଷ୍ଟ ମ୍ୟାଚ ଜିତିଲା ଭାରତ । ଦଳ ଗୋଟିଏ ଇନିଂସ୍ ଓ ୨୨୨ ରନ୍ ବ୍ୟବଧାନରେ ପ୍ରଥମ ଟେଷ୍ଟରେ ବିଜୟ ଲାଭ କରିଛି । ଏଥିସହିତ ଦୁଇଟିକିଆ ଟେଷ୍ଟ ସିରିଜରେ ଦଳ ୧-୦ରେ ଆଗୁଆ ହୋଇଛି । ଏହି ଟେଷ୍ଟରେ ପ୍ରଥମେ ଟସ୍ ଜିତି ରୋହିତ ଶର୍ମା ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଏହାପରେ ଭାରତ ଜାଡେଜା, ପନ୍ତ, ହନୁମା ବିହାରୀ, ଅଶ୍ୱିନୀଙ୍କ ଦମଦାର ବ୍ୟାଟିଂ ସହ ୫୭୪ ରନ୍ କରି ପାଳି ଘୋଷଣା କରିଥିଲା । ହେଲେ ଶ୍ରୀଲଙ୍କା ବ୍ୟାଟ୍ସମ୍ୟାନ କିନ୍ତୁ ଭାରତୀୟ ବୋଲରଙ୍କୁ ସଠିକ୍ ମୁକାବିଲା କରିପାରିନଥିଲେ ।

ପ୍ରଥମ ଇନିଂସରେ ଶ୍ରୀଲଙ୍କା କେବଳ ୧୭୪ ରନରେ ଅଲଆଉଟ୍ ହୋଇଯାଇଥିଲା । ଆଉ ଫଲୋଅନ୍ ହୋଇ ପୁଣିଥରେ ଦ୍ୱିତୀୟ ଇନିଂସ୍ ଆରମ୍ଭ କରିଥିଲା । ହେଲେ ଦ୍ୱିତୀୟ ଇନିଂସରେ ମଧ୍ୟ ଭାରତୀୟ ବୋଲରଙ୍କୁ ସାମ୍ନା କରିପାରିନଥିଲେ ଶ୍ରୀଲଙ୍କା ବ୍ୟାଟ୍ସମ୍ୟାନ୍ । ଶ୍ରୀଲଙ୍କା ଦ୍ୱିତୀୟ ଇନିଂସରେ ମଧ୍ୟ କେବଳ ୧୭୮ ରନ୍ କରି ଅଲଆଉଟ୍ ହୋଇଯାଇଥିଲା । ଫଳରେ ଭାରତ ଗୋଟିଏ ଇନିଂସ୍ ଓ ୨୨୨ ରନରେ ପ୍ରଥମ ଟେଷ୍ଟକୁ ଜିତି ନେଇଛି ।

Related Posts