ଆଜିଠୁ ଭାରତ ଶ୍ରୀଲଙ୍କା ମଧ୍ୟରେ ତିନୋଟି ମ୍ୟାଚ ବିଶିଷ୍ଟ ଟି-20 ସିରିଜ ଆରମ୍ଭ

ଆଜିଠୁ ଭାରତ ଶ୍ରୀଲଙ୍କା ମଧ୍ୟରେ ଟି-20 ସିରିଜ ଆରମ୍ଭ | ତିନୋଟି ମ୍ୟାଚ ବିଶିଷ୍ଟ ଏହି ସିରିଜ ଲକ୍ଷ୍ନୌ ସ୍ଥିତ ଅଟଳ ବିହାରୀ ବାଜପେୟୀ ଏକନା ଷ୍ଟାଡିୟମରେ ସନ୍ଧ୍ୟା ୭ଟାରେ ଖେଳାଯିବ | ଅତୀତ ପରିସଂଖ୍ୟାନ ଦୃଷ୍ଟିରୁ ବି ଶ୍ରୀଲଙ୍କାଠାରୁ ଭାରତ ଢେର ଆଗରେ ରହିଛି । ସେହିଭଳି ଆଇସିସି ମାନ୍ୟତାରେ ମଧ୍ୟ ଭାରତ ବହୁ ଉଚ୍ଚରେ ରହିଛି । ଭରତୀୟ କ୍ରିକେଟ୍ ଦଳ ଆଇସିସି ମାନ୍ୟତାର ପ୍ରଥମ ସ୍ଥାନରେ ଥିଲା ବେଳେ ଶ୍ରୀଲଙ୍କା ଦଶମ ସ୍ଥାନ‌ରେ ରହିଛି । ଏହି ସିରିଜରେ ଭାରତର ଅନେକ ସିନିଅର ଖେଳାଳି ବିଶ୍ରାମ ନେଇଥିବା ବେଳେ ଉଭୟ ଦଳର କିଛି ପ୍ରମୁଖ ଖେଳାଳି ଆହତ ‌ହୋଇ ଶୃଙ୍ଖଳାରୁ ବାଦ୍ ପଡ଼ିଛନ୍ତି। ଭାରତ ଦ୍ରୁତ ବୋଲର ଦୀପକ ଚହରଙ୍କ ସହ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଶୃଙ୍ଖଳା ବିଜୟର ନାୟକ ସୂର୍ଯ୍ୟକୁମାର ଯାଦବଙ୍କ ସେବାରୁ ବଞ୍ଚିତ ହେବ । ଉଭୟ ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ତୃତୀୟ ଟ୍ବେଣ୍ଟି-୨୦ ବେଳେ ଆହତ ହୋଇଥିଲେ ।

ବିରାଟ କୋହଲି, ଋଷଭ ପନ୍ତ ଓ ଶାର୍ଦ୍ଦୁଳ ଠାକୁରଙ୍କୁ ମଧ୍ୟ ବିଶ୍ରାମ ଦିଆଯାଇଛି । ଚଳିତ ବର୍ଷ ଅଷ୍ଟ୍ରଲିଆରେ ହେବାକୁ ଥିବା ଟି୨୦ ବିଶ୍ବକପ ପ୍ରସ୍ତୁତି ଲାଗି ଆଜିର ମ୍ୟାଚରେ ସ୍ଥାନ ପାଇଥିବା ଖେଳାଳୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିପାରେ । ଏହା ପୂର୍ବ ମ୍ୟାଚରେ ଭାରତ ଓ୍ବେଷ୍ଟଇଣ୍ଡିଜକୁ ହରାଇଥିବାରୁ ମନୋବଳ ଦୃଢ ରହିଛି । ଆଜିର ମ୍ୟାଚ ଶ୍ରୀଲଙ୍କା ପାଇଁ ବେଶ ଗୁରୁତ୍ବପୂର୍ଣ୍ଣ ରହିଛି । ଶ୍ରୀଲଙ୍କା ଏବଂ ଭାରତ ପରସ୍ପର ବିପକ୍ଷରେ ୨୨ ଟ୍ବେଣ୍ଟି-୨୦ ଖେଳିଛନ୍ତି । ସେଥିମଧ୍ୟରୁ ଭାରତ ୧୪ ମ୍ୟାଚ୍ ଜିତିଥିଲା ବେଳେ ଶ୍ରୀଲଙ୍କା ମାତ୍ର ୭ ମ୍ୟାଚ୍ ଜିତିଛି। ଗୋଟିଏ ମୁକାବିଲାର ଫଳାଫଳ ମିଳିନି ।

ଭାରତ ଏକାଦଶ ଦଳ: ରୋହିତ ଶର୍ମା( ଅଧିନାୟକ), ଋତୁରାଜ ଗାଏକଓ୍ବାଡେ, ଇଶାନ କିଷନ, ଶ୍ରେୟାସ ଆୟର, ରବିନ୍ଦ୍ର ଜାଡେଜା, ହର୍ଷଲ ପଟେଲ, ଯଶପ୍ରିତ ବୁମରା, ଭୁବନେଶ୍ବର କୁମାର, ମହମ୍ମଦ ସିରାଜ, ରବି ବିଷ୍ଣୋଇ, ୟୁଜବେନ୍ଦ୍ର ଚହଲ ।

ଶ୍ରୀଲଙ୍କା ଏକାଦଶ ଦଳ: ଦାସୁନ ସାନକା ( ଅଧିନାୟକ) ପାଥୁମ ନିଶାଙ୍କ, କୁଶଲ ମେଣ୍ଡିସ, ଚାରିଥଆଶାଲଙ୍କା, ଦିନେଶ ଚାଣ୍ଡିମଲ, ଧନୁଷ୍କା ଗୁଣତିଲକା, କାମିଲ ମିଶାରା, ଜାନିଥ ଲିୟାନାଗେ, ଚାମିକା କରୁଣାରତ୍ନେ, ଦୁଷ୍ମନ୍ତ ଚାମୀରା, ଲାହିରୁ କୁମାରା, ବିନୁରା ଉର୍ଣ୍ଣାଣ୍ଡେ, ଶିରାନ ଫର୍ଣ୍ଣାଣ୍ଡୋ, ମାହୀଶ ଥିକଶାନା, ଜେଫ୍ରୀ ଭାଣ୍ଡରସେ, ପ୍ରବୀଣ ଜୟବିକ୍ରମ, ଆଶିଆନ ଡାନିଏଲ

Related Posts