ନ୍ୟୁଜିଲାଣ୍ଡ ବିପକ୍ଷରେ ଆଗୁଆ ସିରିଜ୍ ଜିତିଲା ଭାରତ

ସତ୍ୟପାଠ ବ୍ୟୁରୋ : ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଥିବା ତୃତୀୟ ଦିନିକିଆରେ ଦମଦାର ବିଜୟ ହାସଲ କରିଛି ଭାରତ । ୭ ଓ୍ବିକେଟ୍‌ରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ସିରିଜ୍‌ରେ ୩-୦ରେ ଆଗୁଆ ହୋଇଛି ଭାରତ । ୪୩ ଓଭରରେ ୩ ଓ୍ବିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରିଛି ଭାରତ । ଭାରତ ୨୪୫ ରନ୍ କରିଛି ।

ଆଜି ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା ନ୍ୟୁଜିଲାଣ୍ଡ । ୪୯ ଓଭରରେ ଘରୋଇ ଦଳ ୨୪୩ ରନ୍ କରି ଅଲଆଉଟ୍ ହୋଇଯାଇଥିଲା । ଭାରତକୁ ୨୪୪ ରନ୍‌ର ବିଜୟ ଲକ୍ଷ୍ୟ ଦେଇଥିଲା ନ୍ୟୁଜିଲାଣ୍ଡ । ୨୪୪ ରନ୍‌ର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିଲେ ଭାରତୀୟ ଦଳ । ରୋହିତ ଶର୍ମା ୭୭ଟି ବଲ୍‌ରୁ ୨ଟି ଛକା ଓ ୩ଟି ଚୌକା ସହାୟତାରେ ୬୨ ରନ୍ କରିଥିଲେ । ଶିଖର ଧାଓ୍ବନ ୨୭ଟି ବଲ୍‌ରେ ୬ଟି ଚୌକା ସହାୟତାରେ ୨୮ ରନ୍, ବିରାଟ କୋହଲି ୭୪ଟି ବଲ୍‌ରୁ ୬ଟି ଚୌକା ଓ ଗୋଟିଏ ଛକା ସହାୟତାରେ ୬୦ରନ୍ କରିଥିଲେ । ଅମ୍ବାତି ରାୟୁଡୁ ୪୨ ବଲ୍‌ରୁ ୪୦ ଏବଂ ଦିନେଶ କାର୍ତ୍ତିକ ୩୮ ବଲ୍‌ରୁ ୩୮ ରନ୍ କରିଛନ୍ତି ।

Related Posts