ଶେଷ ୬ ସେକେଣ୍ଡରେ ବଦଳାଇ ଦେଇଥିଲା ଭାରତର ଭାଗ୍ୟ; ସେହି ସମୟରେ ଗୋଲକିପର କଣ ଭାବୁଥିଲେ ଆସନ୍ତୁ ଜାଣିବା…..

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ନିମନ୍ତ୍ରଣକ୍ରମେ ଭାରତୀୟ ହକି ଟିମ୍ ଓଡ଼ିଶା  ଆସିଥିଲେ । ଦୀର୍ଘ ୪୧ ବର୍ଷର ଅନ୍ତ ଘଟି  ଅଲମ୍ପିକରେ  ଭାରତକୁ ମିଳିଥିଲା ପଦକ । ତେବେ ଏହି ପଦକ ପଛର ରିୟଲ ହିରୋ ହେଉଛନ୍ତି ଗୋଲକିପର  ପି.ଆର  ଶ୍ରୀଜେଶ । ଅପରିପକ୍ଷେ ଶେଷ ୬ ସେକେଣ୍ଡରେ  ପି.ଆରଙ୍କର  ମନରେ କଣ ଚାଲୁଥିଲା, ଆଜି  ଓଡିଶା ଆସି ସମସ୍ତଙ୍କୁ ଅବଗତ କରାଇଛନ୍ତି ।  

ଏହି ଗୋଲଟିକୁ  ଅଟାକାଇବା ପରେ ତାଙ୍କୁ  ଅନେକ ସବୁ ନାମ ମିଳିଥିଲା । ଯେପରିକି ଭାରତର ଦ ୱାଲ, ସଙ୍କଟମୋଚନ ଇତ୍ୟାଦି । ସମଗ୍ର ଦେଶ ତାଙ୍କ ପାଇଁ ଆଜି ଗର୍ବିତ ଥିବା ବେଳେ  ସେ  ଶେଷ  ୬ ସେକେଣ୍ଡର  କଥାକୁ  ଗଣମାଧ୍ୟମ ନିକଟରେ ପ୍ରଥମଥର ପାଇଁ କହିଥିଲେ । 

ସେ କହିଛନ୍ତି  ଜର୍ମାନୀ ପେନାଲ୍ଟି କର୍ଣ୍ଣର ପାଇବା ପରେ ଆଉ କିଛି ଅଲଗା ଭାବିବା ପାଇଁ ସମୟ ନଥିଲା । କେବଳ ଏହି ଗୋଲକୁ କିଭଳି ରୋକି ହେବ ସେ ବାବଦରେ ଚିନ୍ତା କରୁଥିଲି ବୋଲି କହିଛନ୍ତି ଶ୍ରୀଜେଶ । ଏପରିକି ଫଳାଫଳ କଣ ହେବ ସେ ବାବଦରେ ନ ଭାବି ବିପକ୍ଷ ଦଳ କଣ ଚିନ୍ତା କରୁଛନ୍ତି ତାହାକୁ ପରଖିଥିଲି । 

ଆଉ ଜଣେ ଗୋଲକିପର ଭାବେ ମୋର ଦାୟିତ୍ୱ ଥିଲା ଗୋଲ ଅଟକାଇବା ଏବଂ ଏହାକୁ କରିବାକୁ ଜି ଜାନ ଲଗାଇ ଦେଇଥିଲି । ଯେଉଁଥିପାଇଁ ଟିମ୍ ଇଣ୍ଡିଆ ଦୀର୍ଘ ୪୧ ବର୍ଷ ପରେ ଅଲିମ୍ପିକ୍ସରେ ପଦକ ପାଇବାରେ ସଫଳ ହୋଇଥିଲା । ତେବେ ବିଜୟ ପରେ ଗୋଲପୋଷ୍ଟ ଉପରେ ବସି ବେଶ ଖୁସି ହୋଇଥିଲି ବୋଲି କହିଛନ୍ତି ଶ୍ରୀଜେଶ ।

Related Posts