ମଝି ଆକାଶରେ ପାଗଳାମୀ !

ବିମାନର ମୁଖ୍ୟ ଦ୍ୱାର ଖୋଲିବାକୁ ଉଦ୍ୟମ

ସତ୍ୟପାଠ ବ୍ୟୁରୋ : ପାଗଳ ପାଇଁ ବିମାନର ଜରୁରୀ ଅବତରଣ । ଯାତ୍ରୀଙ୍କ ଅସ୍ୱାଭାବିକ ବ୍ୟବହାର ପାଇଁ ହାଇଦ୍ରାବାଦରୁ ଗୌହାଟି ଯାଉଥିବା ଇଣ୍ଡିଗୋ ବିମାନ ଭୁବନେଶ୍ୱରରେ ଜରୁରୀ ଅବତରଣ କରିଛି । ଆଜି ସକାଳେ ଏହି ଘଟଣା ଘଟିଛି ।

ବିମାନରେ ଯାତ୍ରା କରୁଥିବା ଇର୍ସାଦ ଅଲ୍ଲୀ ନାମକ ଜଣେ ଯାତ୍ରୀ ମଝି ଆକାଶରେ ବିମାର ମୁଖ୍ୟ ଦ୍ୱାରକୁ ଖୋଲିବାକୁ ଚେଷ୍ଟା କରିଥିଲେ । ଯାତ୍ରୀଙ୍କ ଅଜବ ବ୍ୟବହାର ପାଇଁ ଚିନ୍ତାରେ ପଡିଯାଇଥିବା ବିମାନ କର୍ମଚାରୀ ଶେଷରେ ଭୁବନେଶ୍ୱରରେ ବିମାନର ଜରୁରୀ ଅବତରଣ କରାଇଥିଲେ । ପରେ ଯାତ୍ରୀଙ୍କୁ ପୁଲିସକୁ ହସ୍ତାନ୍ତର କରାଯାଇଥିଲା । ତାଙ୍କୁ କ୍ୟାପିଟାଲ ହସପିଟାଲରେ ଚିକିତ୍ସିତ କରାଯାଉଛି ।

Related Posts