ଆଜିଠୁ ଆଇପିଏଲ୍‌-୨୦୨୩; ଉଦଘାଟନୀ ମ୍ୟାଚରେ ମୁହାଁମୁହିଁ ହେବେ ଗୁଜୁରାଟ-ଚେନ୍ନାଇ

ଭୁବନେଶ୍ୱର,୩୧/୩ (ସତ୍ୟପାଠ ବ୍ୟୁରୋ): ଆଜିଠୁ ଆରମ୍ଭ ହେବ ଆଇପିଏଲ୍‌-୨୦୨୩ । ଫଟାଫଟ କ୍ରିକେଟର ମଜା ନେବେ କ୍ରିକେଟ୍ ପ୍ରେମୀ। ବର୍ଷିବ ଚୌକା ଓ ଛକା । ରନ୍‌ ବର୍ଷା କରିବେ ଭାରତୀୟ ଓ ବିଦେଶୀ ଖେଳାଳି । ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଆଜି ଉଦଘାଟନ ହେବ ଆଇପିଏଲ । ଆଜି ସନ୍ଧ୍ୟାରେ ମୁହାଁମୁହିଁ ହେବେ ଗତବର୍ଷର ଡିଫେଣ୍ଡିଂ ଚାମ୍ପିଅନ୍‌ ଗୁଜରାଟ ଟାଇଟନ୍ସ ଓ ୪ ଥର ଟାଇଟଲ ବିଜେତା ଚେନ୍ନାଇ ସୁପରକିଙ୍ଗସ୍‌ ।

ତେବେ ଚଳିତ ବର୍ଷ ଆଇପିଏଲ୍‌ ଟ୍ରଫି ପାଇଁ ଖେଳିବେ ୧୦ଟି ଟିମ୍‌ ମୁମ୍ବାଇ ଇଣ୍ଡିଆନ୍ସ, ଗୁଜରାଟ ଟାଇଟନ୍ସ, ଦିଲ୍ଲୀ କ୍ୟାପିଟାଲ୍ସ, କୋଲକାତା ନାଇଟ ରାଇଡର୍ସ, ଚେନ୍ନାଇ ସୁପରକିଙ୍ଗସ, ପଞ୍ଜାବ କିଙ୍ଗସ୍‌, ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ, ଲକ୍ଷ୍ନୌ ସୁପର ଜିଆଣ୍ଟ, ରାଜସ୍ଥାନ ରୟାଲ୍ସ ଓ ସନରାଇଜର୍ସ ହାଇଦ୍ରାବାଦ । ସେପଟେ ୪ ବର୍ଷ ପରେ ଘରୋଇ ଗ୍ରାଉଣ୍ଡକୁ ଫେରିଛି ଆଇପିଏଲ୍‌ । ଏଥର ପ୍ରତ୍ୟେକ ଦଳ ନିଜ ନିଜ ହୋମ୍‌ ଗ୍ରାଉଣ୍ଡରେ ଖେଳିବେ ।

ସେହିଭଳି ଗତବର୍ଷ ପଦାର୍ପଣ ଆଇପିଏଲରେ ସମସ୍ତଙ୍କୁ ଚମକାଇଥିଲା ଗୁଜରାଟ ଟାଇଟନ୍ସ । ଡେବ୍ୟୁ ଆଇପିଏଲ୍‌ ସିଜିନରେ ଚାମ୍ପିଅନ୍‌ ହୋଇଥିଲା । ଏଥର ମଧ୍ୟ ଚାମ୍ପିଅନ୍‌ ଟିମ୍‌ ଭାବରେ ଖେଳି ବିଜୟରୁ ଅଭିଯାନ ଆରମ୍ଭ ଲକ୍ଷ୍ୟରେ ରହିଛି ଗୁଜରାଟ ଟାଇଟନ୍ସ । କିନ୍ତୁ ଚେନ୍ନାଇ ସୁପରକିଙ୍ଗସ୍‌ ଗତଥର ପରାଜୟକୁ ଭୁଲି ନାହିଁ । ପ୍ରତିଶୋଧ ଲକ୍ଷ୍ୟରେ ଖେଳିବ ଟିମ୍‌ ଧୋନିଙ୍କ ସୁପରକିଙ୍ଗସ୍‌ ।

ସେପଟେ ଚଳିତ ଆଇପିଏଲ୍‌ ମହେନ୍ଦ୍ର ସିଂ ଧୋନିଙ୍କ ଶେଷ ଆଇପିଏଲ୍‌ ହୋଇପାରେ ବୋଲି ଚର୍ଚ୍ଚା ହେଉଛି । ତେଣୁ ବିଦାୟୀ ବର୍ଷରେ ଆଉ ଏକ ଟ୍ରଫି ଜିତି ଏହାକୁ ସ୍ମରଣୀୟ କରିବାକୁ ଚେନ୍ନାଇ ଦଳ ନିଶ୍ଚୟ ଚେଷ୍ଟା କରିବ।

Related Posts