କେନାଲକୁ ଖସିଲା ବରଯାତ୍ରୀ ଗାଡ଼ି; ୭ ମୃତ, ୪ ଗୁରୁତର

ଭୁବନେଶ୍ୱର,୩୧/୩ (ସତ୍ୟପାଠ ବ୍ୟୁରୋ): କେନାଲକୁ ବୋଲେରୋ ଗାଡି ଖସି ୭ ଜଣ ମୃତ। ଏହାସହିତ ଘଟଣାରେ ୪ ଗୁରୁତର ଆହତ ହୋଇଛନ୍ତି। ଗୁରୁବାର ବିଳମ୍ବିତ ରାତିରେ ସମ୍ବଲପୁରର ଶାସନ କେନାଲରେ ଏକ ବରଯାତ୍ରୀ ଗାଡ଼ିଟି ଖସି ପଡ଼ିଥିଲା। ଯେଉଁଥିରେ ୭ ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ୪ ଆହତଙ୍କୁ ସମ୍ବଲପୁର ଭର୍ତ୍ତି କରାଯାଇଛି। ସେମାନେ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି।

ସୂଚନାଅନୁଯାୟୀ, ଗତକାଲି ଝାରସୁଗୁଡ଼ା ଜିଲ୍ଲା ବଡ଼ଧରା ଗାଁରୁ ସମ୍ବଲପୁର ଜିଲ୍ଲା ପରମାଣପୁର ଅଞ୍ଚଳକୁ ବରଯାତ୍ରୀ ଦଳ ଯାଇଥିଲେ । ତେବେ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା ଘଟି ୭ ଜଣଙ୍କ ଅକାଳ ବିୟୋଗ ଘଟିଛି । ମୃତକ ମାନେ ହେଲେ ଶତ୍ରୁଘ୍ନ ଭୋଇ, ଅଜିତ ଖମାରି, ଦିବ୍ୟ ଲୁହା, ସରୋଜ ସେଟ, ସୁମନ୍ତ ଭୋଇ, ସୁବ୍ରତ ଭୋଇ, ରମାକାନ୍ତ ଭୂୟାଁ ଏବଂ ଅନ୍ୟ ଜଣେ ମୃତକ ବୋଲେରୋ ଡ୍ରାଇଭର । ଅନ୍ୟପଟେ ଶାସନ ପୋଲିସ ଘଟଣା ସ୍ଥଳରେ ପହଞ୍ଚି କେନାଲରୁ ବୋଲେରୋ ଗାଡି ଉଦ୍ଧାର କରି ତଦନ୍ତ ଚଳାଇଛି ।

Related Posts