ଆଇପିଏଲ ୨୦୨୩; କିରନ୍ ପୋଲାର୍ଡଙ୍କୁ ଛାଡିଲା ମୁମ୍ବାଇ ଇଣ୍ଡିଆନ୍ସ, ଚେନ୍ନାଇ ସହ ରହିବେ ଧୋନୀ ଓ ଜାଡେଜା

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ)ର ପରବର୍ତ୍ତୀ ସଂସ୍କରଣ ପାଇଁ ଏବେ ବିସିସିଆଇ ବେସ୍ ଚଳଚଞ୍ଚଳ। ଆଇପିଏଲ ପାଇଁ ଡିସେମ୍ବର ୨୩ରେ କୋଚିରେ ହେବାକୁ ଯାଉଛି ଖେଳାଳିଙ୍କ ମିନି ନିଲାମ। ଏଥିପାଇଁ ବିସିସିଆଇ ଆଇପିଏଲର ସମସ୍ତ ୧୦ଟି ଦଳକୁ ନିଜର ରିଟେସନ(ଦଳରେ ରଖୁଥିବା ଖେଳାଳି) ତାଲିକା ନଭେମ୍ବର ୧୫ ସୁଦ୍ଧା ଦେବାକୁ କହିଛି।

ତେବେ ଏହା ମଧ୍ୟରେ ଆଇପିଏଲକୁ ନେଇ ଆସିଛି ବଡ ଅପଡେଟ୍। ଆସନ୍ତୁ ଜାଣିବା କେଉଁ ଦଳ କେଉଁ ଖେଳାଳିଙ୍କୁ ଛାଡିଲା।

୧ – ମୁମ୍ବାଇ ଇଣ୍ଡିଆନ୍ସ

ରିପୋର୍ଟ ଅନୁଯାୟୀ ମୁମ୍ବାଇ ଇଣ୍ଡିଆନ୍ସ ଷ୍ଟାର ଏହାର ଅଲ୍ ରାଉଣ୍ଡର କିରନ ପୋଲାର୍ଡଙ୍କୁ ଛାଡି ଦେଇଛି, ଯାହା ବହୁତ ବଡ ଖବର।

ଟପ୍ ରିଟେସନ- ରୋହିତ ଶର୍ମା, ଡେଓ୍ଵାଲ୍ଡ ବ୍ରେଭିସ୍, ଇଶାନ କିଷନ, ସୂର୍ଯ୍ୟକୁମାର ଯାଦବ, ଡାନିଏଲ ସାମ୍ସ, ଟିମ୍ ଡେଭିଡ୍, ଜୋଫ୍ରା ଆର୍ଚର, ଯଶପ୍ରୀତ ବୁମରା, ଟ୍ରିଷ୍ଟନ ଷ୍ଟବ୍ସ ଏବଂ ତିଳକ ବର୍ମା।

ରିଲିଜ୍ ଖେଳାଳି- ଫାବିୟନ ଆଲେନ, କିରନ ପୋଲାର୍ଡ, ଟାଇମଲ ମିଲ୍ସ, ମୟଙ୍କ ମାର୍କେଣ୍ଡେୟ ଏବଂ ଋତିକ ଶୌକିନ।

୨ – ଚେନ୍ନାଇ ସୁପର କିଙ୍ଗ୍ସ

ଟପ୍ ରିଟେସନ- ମହେନ୍ଦ୍ର ସିଂହ ଧୋନୀ, ରବୀନ୍ଦ୍ର ଜାଡେଜା, ମୋଇନ ଅଲ୍ଲୀ, ଶିବମ ଦୁବେ, ଋତୁରାଜ ଗାଏକଓ୍ଵାଡ, ଡେଭନ କନଓ୍ଵେ, ମୁକେଶ ଚୌଧୁରୀ, ଡ୍ଵେନ ପ୍ରିଟୋରିୟସ ଏବଂ ଦୀପକ ଚହର।

ରିଲିଜ୍ ଖେଳାଳି- କ୍ରିସ ଜୋର୍ଡାନ, ଆଡମ ମିଲନେ, ନାରାୟଣ ଜଗଦୀଶନ ଏବଂ ମିଚେଲ୍ ସାଣ୍ଟନର।

୩ – କୋଲକାତା ନାଇଟ୍ ରାଇଡର୍ସ

କେକେଆର ଆଇପିଏଲ ୨୦୨୩ ପାଇଁ ଲୋକି ଫର୍ଗ୍ୟୁସନ, ଶାର୍ଦ୍ଦୁଳ ଠାକୁର ଏବଂ ରହମାନୁଲ୍ଲା ଗୁରୁବାଜଙ୍କୁ ଦଳରେ ସାମିଲ୍ କରିଛି।

ଟପ୍ ରିଟେସନ- ଶ୍ରେୟସ ଆୟର, ସୁନିଲ ନାରିନ, ଆନ୍ଦ୍ରେ ରସେଲ, ବରୁଣ ଚକ୍ରବର୍ତ୍ତୀ, ପାଟ୍ କମିନ୍ସ, ନୀତିଶ ରାଣା, ସେଲଡନ ଜ୍ୟାକ୍ସନ, ରିଙ୍କୁ ସିଂହ, ଉମେଶ ଯାଦବ।

ରିଲିଜ୍ ଖେଳାଳି- ଶିବମ ମାଭି, ମହମ୍ମଦ ନବି, ଚାମିକା କରୁଣାରତ୍ନେ, ରମେଶ କୁମାର, ଆଜିଙ୍କ୍ୟ ରାହାନେ, ଆରୋନ ଫିଞ୍ଚ।

୪ – ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ

ଟପ୍ ରିଟେସନ- ବିରାଟ କୋହଲି, ଫାଫ ଡୁ ପ୍ଲେସିସ୍, ଓ୍ଵାନିନ୍ଦୁ ହସରଙ୍ଗା, ଦିନେଶ କାର୍ତ୍ତିକ, ମହମ୍ମଦ ସିରାଜ, ହର୍ଷଲ ପଟେଲ୍, ଶାହବାଜ ଅହମ୍ମଦ, ରଜତ ପାଟିଦାର।

ରିଲିଜ୍ ଖେଳାଳି- ସିଦ୍ଧାର୍ଥ କୌଲ, କର୍ଣ୍ଣ ଶର୍ମା, ଡେଭିଡ୍ ଓ୍ଵିଲି, ଆକାଶ ଦୀପ।

୫ – ରାଜସ୍ଥାନ ରୟାଲ୍ସ

ଟପ୍ ରିଟେସନ- ସଞ୍ଜୁ ସାମସନ, ଯଶସ୍ଵୀ ଜୟସଓ୍ଵାଲ, ଆର ଅଶ୍ଵିନ, ୟୁଜବେନ୍ଦ୍ର ଚହଲ, ସିମରନ ହେଟମାୟର, ଟ୍ରେଣ୍ଟ ବୋଲ୍ଟ, ଜିମି ନିଶାନ, ପ୍ରସିଦ୍ଧ କୃଷ୍ଣା, ଓବେଡ ମେକୟ।

ରିଲିଜ୍ ଖେଳାଳି- ନବଦୀପ ସାଇନି, ଡେରିଲ ମିଚେଲ୍, ରସି ଭାନ ଡର ଡସେନ, କାର୍ବିନ ବସ୍।

୬ – ଲକ୍ଷ୍ନୌ ସୁପର ଜିଆଣ୍ଟ

ଲକ୍ଷ୍ନୌ ସୁପର ଜିଆଣ୍ଟ ଫ୍ରାଞ୍ଚାଇଜିର ସ୍ଥିତି ଏ ପର୍ଯ୍ୟନ୍ତ କିଛି ସ୍ପଷ୍ଟ ହୋଇ ନାହିଁ। ଆଶା କରାଯାଉଛି ମନୀଷ ପାଣ୍ଡେ, ଅଙ୍କିତ ରାଜପୁତ, ଆଣ୍ଡ୍ର୍ୟୁ ଟାଇ ପରି ଖେଳାଳିଙ୍କୁ ରିଲିଜ୍ କରାଯାଇପାରେ।

୭ – ପଞ୍ଜାବ କିଙ୍ଗ୍ସ

ଦଳ ମୟଙ୍କ ଅଗ୍ରଓ୍ଵାଲଙ୍କ ସ୍ଥାନରେ ଶିଖର ଧାଓ୍ଵନଙ୍କୁ ଅଧିନାୟକ କରିଛି। ଦେଖିବା ବାକି ରହିଲା ଯେ, ଦଳ କେଉଁ ଖେଳାଳିଙ୍କୁ ରଖିବ ଏବଂ କେଉଁ ଖେଳାଳିଙ୍କୁ ଛାଡିବ।

୮ – ଗୁଜରାଟ ଟାଇଟନ୍ସ

ଟପ୍ ରିଟେସନ- ହାର୍ଦ୍ଦିକ ପାଣ୍ଡ୍ୟା, ଡେଭିଡ୍ ମିଲର, ଶୁଭମାନ ଗିଲ୍, ଅଭିନବ ମନୋହର, ଋଦ୍ଧିମାନ ଶାହ, ରହମାନୁଲ୍ଲାହ ଗୁରୁବାଜ, ରାଶିଦ ଖାନ, ମହମ୍ମଦ ଶାମି, ରାହୁଲ ତେଓ୍ଵତିଆ, ମାଥ୍ୟୁ ଓ୍ଵେଦ୍।

ରିଲିଜ୍ ଖେଳାଳି- ବିଜୟ ଶଙ୍କର, ଗୁରକିରତ ମାନ ସିଂ, ଜୟନ୍ତ ଯାଦବ, ପ୍ରଦୀପ ସାଙ୍ଗଓ୍ଵାନ, ନୁର ଅହମ୍ମଦ, ସାଇ କିଶୋର, ବରୁଣ ଆରୋନ।୰

୯ – ଦିଲ୍ଲୀ କ୍ୟାପିଟାଲ୍ସ

ଦିଲ୍ଲୀ କ୍ୟାପିଟାଲ୍ସ ଶାର୍ଦ୍ଦୁଳ ଠାକୁରଙ୍କୁ ଦଳରୁ ମୁକ୍ତ କରିଛି। ପରେ ଶାର୍ଦ୍ଦୁଳଙ୍କୁ କେକେଆର ନିଜ ଦଳରେ ସାମିଲ୍ କରିଛି।

ଟପ୍ ରିଟେସନ- ଋଷଭ ପନ୍ତ, ଡେଭିଡ୍ ଓ୍ଵାର୍ଣ୍ଣର, ପୃଥ୍ଵୀ ଶ, ରୋଭମାନ ପାଓ୍ଵେଲ, ଅକ୍ଷର ପଟେଲ୍, ମିଚେଲ୍ ମାର୍ଶ, ସରଫରାଜ ଖାନ, ଏନରିକ ନୋର୍ତ୍ତଜେ, କୁଲଦୀପ ଯାଦବ।

ରିଲିଜ୍ ଖେଳାଳି- ଶାର୍ଦ୍ଦୁଳ ଠାକୁର, ଟିମ୍ ସେଇଫର୍ଟ, କେଏସ ଭରତ, ମନ୍ଦୀପ ସିଂହ, ଅଶ୍ଵିନ ହେବର।

୧୦ – ସନରାଇଜର୍ସ ହାଇଦ୍ରାବାଦ

ଏସଆରଏଚ ନିଜର ସ୍ଥିତି ସ୍ପଷ୍ଟ କରିନଥିଲେ ହେଁ କେନ ଓ୍ଵିଲିୟମସନ ଏବଂ ଅବଦୁଲ ସାମଦଙ୍କୁ ଦଳରୁ ରିଲିଜ୍ କରିବାର ସମ୍ଭାବନା ରହିଛି।

Related Posts