ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ମୟୂରଭଞ୍ଜରେ ବେତନଟୀ ରେଞ୍ଜରେ ହାତୀ ଆତଙ୍କ ଥମିବାର ନାଁ ନେଉନି। ଏହି ରେଞ୍ଜ ଅଞ୍ଚଳରେରେ ବହୁ ଦିନ ଧରି ଝାଡଖଣ୍ତି ହାତୀପଲଙ୍କ ଉତ୍ପାତ ଜାରି ରହିଛି। ଖବର ଅନୁସାରେ, ରବିବାର ରାତିରେ ୬୦ରୁ ଅଧିକ ଝାଡ଼ଖଣ୍ତି ହାତୀପଲ ନଡ଼ପୁର ଜଙ୍ଗଲ ପାଖରେ ଥିବା ସରସ୍ବତୀ ଶିଶୁ ମନ୍ଦିରରେ ବ୍ୟାପକ କ୍ଷତି କରିଛନ୍ତି। ସେଠାରେ ହତୀପଲ ଫସଲ ନଷ୍ଟ କରିବା ସହିତ ଶିଶୁ ମନ୍ଦିର ବିଦ୍ୟାଳୟର ସ୍କୁଲ୍‌ ଘରକୁ ମଧ୍ୟ ଭାଙ୍ଗାରୁଜା କରିଛନ୍ତି।

ହାତୀପଲକୁ ଘଉଡ଼ାଇବାକୁ ବନବିଭାଗ ଯେତେ ଉଦ୍ୟମ କଲେ ମଧ୍ୟ କୌଣସି ସୁଫଳ ମିଳୁନି। ଏହି ହାତୀପଲ ପାଇଁ ଜନସାଧାରଣଙ୍କର ବ୍ୟାପ ଫସଲ ନଷ୍ଟ ହେବା ସହିତ ଘରଦ୍ୱାର ଉଜୁଡ଼ିଯାଇଛି। ଏନେଇ ନଡପୁର ଅଞ୍ଚଳରେ ଲୋକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି। ଅନ୍ୟପଟ ସ୍ଥାନୀୟ ଜନତା ହାତୀ ମାନଙ୍କୁ ଘଉଡ଼ାଇବା ସହିତ ଏହି ସମସ୍ୟାର ତୁରନ୍ତ ସମାଧାନ କରିବାକୁ ବନବିଭାଗ ପାଖେ ଦାବି କରିଛନ୍ତି।