
(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର :ଚଳଚ୍ଚିତ୍ର ନିର୍ମାତା ହୁଅନ୍ତୁ କିମ୍ବା ସାଧାରଣ ଲୋକଟିଏ କରୋନା ମହାମାରୀ ତା ନିଜ କାଳ ରୂପକ କଳରେ ସମସ୍ତଙ୍କୁ ପେଶୀ ବାରେ ଲାଗିଛି। ଏହି ମହାମାରୀରେ ଶିକାର ହୋଇ ମୃତ ବରଣ କରିଛନ୍ତି ନାମିଦାମୀ ତାମିଲ ଫ୍ଲିମି ନିର୍ମାତା ଥାମିର। ଏହି ଖବର ପାଇ ତାମିଲ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ଏକ ଦୁଃଖର ଲହର ଖେଳି ଯାଇଥିଲା। ଥାମିର ନିଜର କରୋନା ରିପୋର୍ଟ ପଜିଟିଭ୍ ଆସିବା ପରେ ସେ ୨୦ଦିନ ଧରି ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ହେଉଥିଲେ। ଶେଷରେ କରୋନା ପାଇଁ ଦେହାନ୍ତ ଘଟିଲା। ତାଙ୍କୁ ୫୩ ବର୍ଷ ବୟସ ହୋଇଥିଲା । ଫ୍ଲିମି ନିର୍ମାତା ଥାମିରଙ୍କର ୩ଟି ପୁଅ ଓ ଗୋଟିଏ ଝିଅ ଅଛନ୍ତି। ମ୍ୟୁଜିକ୍ କମ୍ପୋଜର ଗିବ୍ରାନ୍ ଟ୍ୱିଟରକୁ ଯାଇ ଲେଖିଛନ୍ତି,”ଆମେ ଏକ ପ୍ରକୃତ ରତ୍ନ ହରାଇଛୁ। #ଥାମିର, ସାର୍ ତାଙ୍କ କାମପ୍ରତି ସତ୍ୟକୁ ବଜାୟ ରଖିଥିଲେ ଏବଂ ଖ୍ୟାତି କିମ୍ବା ଟଙ୍କା ପଛରେ କେବେ ଗୋଡ଼ାଇ ନଥିଲେ। ତାଙ୍କ ସହ କାମ କରିବା ଏକ ବଡ ଉପହାର ଥିଲା। ତାଙ୍କ ଆତ୍ମା ସଦଗତି ହେଉ। ସାରଙ୍କ ପରିବାର ପ୍ରତି ହୃଦୟରୁ ସମବେଦନା”। ଥାମିର ପ୍ରଥମେ କେ.ବାଲାଚାନ୍ଦର ଏବଂ ଭାରତୀରାଜଙ୍କ ପରି କିମ୍ବଦନ୍ତୀ ଚଳଚ୍ଚିତ୍ର ନିର୍ମାତାଙ୍କ ପାଖରେ ଆସିଷ୍ଟାଣ୍ଡ ରୁପେ କାମ ଆରମ୍ଭ କରିଥିଲେ। ୨୦୧୦ ରେ ରେଟାଇସୁଜୀ ନାମକ ପ୍ରଥମ ଚଳଚିତ୍ର ଆରମ୍ଭ କରିଥିଲେ। ଥାମିରଙ୍କ ଦ୍ୱିତୀୟ ସିନେମାର ନାମ ଥିଲା ‘ ଅନ ଦେବାଥାଇ ‘। ୨୦୧୮ରେ ଏହି ଚଳଚିତ୍ରଟି ମୁକ୍ତିଲାଭ କରିଥିଲା।ସାମୁଥିରାକାନି, ରାମିଆ ପାଣ୍ଡିଆନ୍, କାଭିନ ଏବଂ ମୋନିକା ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଏହି ସିନେମାଟି ବକ୍ସଅଫିସରେ ମିଶ୍ରିତ ପଳାଫଳ ପାଇଥିଲା। ଥାମିରଙ୍କ ଦ୍ଵାରା ନିର୍ମିତ ୱେବ୍ ସିରିଜ୍ ‘ମାଇଁ ପରଫେକ୍ଟ ହଜବ୍ୟାଣ୍ଡ ‘ ଡିସ୍ନି ପ୍ଲସ୍ ଓ ହଟଷ୍ଟାରରେ ମୁକ୍ତିଲାଭ କରିବାକୁ ଯାଉଛି।