ଏଏସଓ ପରୀକ୍ଷାରେ ଅନିୟମିତତା ପ୍ରସଙ୍ଗ; ନୂଆ ମେରିଟ ଲିଷ୍ଟ ପ୍ରକାଶ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଏଏସଓ ପରୀକ୍ଷାରେ ଅନିୟମିତତା ମାମଲାରେ ହାଇକୋର୍ଟରେ ଶୁଣାଣି ଶେଷ ହୋଇ ରାୟ ସଂରକ୍ଷିତ ରହିଛି । ଓପିଏସସି ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ହାଇକୋର୍ଟ । ନୂଆ ମେରିଟ ଲିଷ୍ଟ ପ୍ରକାଶ ପାଇଁ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।କଟଅଫ୍ ମାର୍କ ସହ ବ୍ୟକ୍ତିଗତ ମାର୍କ ପ୍ରକାଶ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।

ପ୍ରତ୍ୟେକ ପରୀକ୍ଷାର୍ଥୀଙ୍କ ମାର୍କ ଯେଉଁଭଳି ପରୀକ୍ଷାର୍ଥୀ ଦେଖିପାରିବେ ସେନେଇ ବ୍ୟବସ୍ଥା କରିବାକୁ କୁହାଯାଇଛି । ୨୦୧୬ ପଲିସି ଅନୁସାରରେ ରେଜଲ୍ଟ ପ୍ରକାଶ କରିବାକୁ ନିର୍ଦ୍ଦେଶ । ନିଯୁକ୍ତି ପ୍ରକ୍ରିୟା ସରିବା ପରେ ମାର୍କ ପ୍ରକାଶ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ସୂଚନାଯୋଗ୍ୟ ଯେ, ଓଡ଼ିଶା ଲୋକ ସେବା ଆୟୋଗ ପକ୍ଷରୁ କରାଯାଇଥିବା ଏଏସଓ ପରୀକ୍ଷାରେ ବ୍ୟପାକ ତ୍ରୁଟି ହୋଇଥିବା ନେଇ ପରୀକ୍ଷାର୍ଥୀମାନେ ଅଭିଯୋଗ କରିଥିଲେ ।ଏନେଇ ଏଏସ୍ଓ ପରୀକ୍ଷାରେ ସାମିଲ ହୋଇଥିବା ପରୀକ୍ଷାର୍ଥୀମାନେ ଧାରଣା ମଧ୍ୟ ଦେଇଥିଲେ ।

ଓପିଏସସି ଅଧିକାରୀଙ୍କ କହିବା ମୁତାବକ, ଓପିଏସସି ନିୟମାନୁସାରେ ଚୂଡ଼ାନ୍ତ ରେଜଲ୍ଟ ପରେ କଟଅଫ୍ ପ୍ରକାଶ ହେବ । କିନ୍ତୁ ଏବେ ୨୦୧୬ ପଲିସିରେ ଅନୁସାରେ ପ୍ରକାଶ ପାଇବ ଫଳ ପାଇବ ବୋଲି ହାଇକୋର୍ଟ ଏହି ରାୟ ଶୁଣାଇଛନ୍ତି।

ତେବେ ପରୀକ୍ଷାର୍ଥୀଙ୍କ ଅଭିଯୋଗ ଅନୁସାରେ, ପରୀକ୍ଷା ଦେଇ ନଥିବା ପିଲା ପରୀକ୍ଷାରେ ପାସ କରିଛନ୍ତି । ସେହିପରି ମାର୍କସିଟ ଓ କଟଅଫ୍ ମାର୍କ ଆସିବାରେ ବହୁତ ବିଳମ୍ବ ହୋଇଛି । ତେଣୁ ତୁରନ୍ତ ଏହି ଦିଗରେ ପଦକ୍ଷେପ ନିଆଯିବା ନେଇ ପରୀକ୍ଷାର୍ଥୀମାନେ କର୍ତ୍ତୃପକ୍ଷଙ୍କ ନିକଟରେ ଦାବି କରିଥିଲେ । ଶତାଧିକ ପରୀକ୍ଷାର୍ଥୀ କଟକସ୍ଥିତ ଓପିଏସସିର କାର୍ଯ୍ୟାଳୟ ସାମ୍ନାରେ ଭିଡ଼ ଲଗାଇଥିଲେ ଏବଂ ଧାରଣ ଦେଇଥିଲେ । ପରୀକ୍ଷାର୍ଥୀମାନେ ପରୀକ୍ଷାରେ ବ୍ୟାପକ ତ୍ରୁଟି ଥିବା ଅଭିଯୋଗ ଆଣିଥିଲେ । ହାତରେ ପ୍ଲାକାର୍ଡ ଧରି ପ୍ରଦର୍ଶନ କରିଥିଲେ । ତେବେ ଆଜି ଏହି ପ୍ରସଙ୍ଗ ର ଅନ୍ତ ଘଟିଛି। ନିଯୁକ୍ତି ପ୍ରକ୍ରିୟା ଶେଷ ପରେ ମାର୍କ ପ୍ରକାଶ କରିବାକୁ ନିର୍ଦ୍ଦେଶ ଦିଆ ଯାଇଛି ।ଏହା ସହ ସବୁ ପରୀକ୍ଷାର୍ଥୀଙ୍କ ମାର୍କ ପ୍ରକାଶ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ।

Related Posts