ଆମେରିକାର ଡ୍ରୋନ୍ ଆଟାକରେ ନିହତ ହେଲା ସିରିଆର ISIS ମୁଖ୍ୟ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଆମେରିକାର ଡ୍ରୋନ୍ ଆଟାକରେ ନିହତ ହେଲା ସିରିଆର ଆଇଏସଆଇଏସ ମୁଖ୍ୟ । ଏନେଇ ଆମେରିକାର ପ୍ରତିରକ୍ଷା ବିଭାଗ ( ପେଣ୍ଟାଗନ୍ ) ପକ୍ଷରୁ ସୂଚନା ଦିଆଯାଇଛି । ବିଦେଶୀ ଗଣମାଧ୍ୟମରେ ପ୍ରକାଶିତ ଖବରଅନୁଯାୟୀ, ମଙ୍ଗଳବାର ତୁର୍କୀ ସୀମାନ୍ତ ସିରିୟାର ଉତ୍ତର-ପଶ୍ଚିମ ଜିନ୍ଦ୍ରିସ୍ ଅଞ୍ଚଳରେ ଆକ୍ରମଣ କରିଥିଲା ଆମେରିକା । ଏହି ଡ୍ରୋନ୍ ଆଟାକ୍ରେ ଆଇଏସଆଇଏସ୍ର ସିରିୟା ମୁଖ୍ୟ ମାହେର ଅଲ-ଅଗଲ ନିହତ ହୋଇଛି । ଏହାସହିତ ଆଇଏସଆଇଏସ୍ର ଆଉ ଜଣେ ବରିଷ୍ଠ ଅଧିକାରୀ ମଧ୍ୟ ଗୁରୁତର ହୋଇଛି ।

ତେବେ ଗୁରୁତର ହୋଇଥିବା ବ୍ୟକ୍ତିଙ୍କ ନାମ ଏବେ ଯାଏଁ ସ୍ପଷ୍ଟ ହୋଇନାହିଁ । ସେପଟେ ଆମେରିକା ପକ୍ଷରୁ ହୋଇଥିବା ଏହି ଡ୍ରୋନ ଆକ୍ରମଣରେ କୌଣସି ସାଧାରଣ ଲୋକ ମୃତାହତ ହୋଇନାହାନ୍ତି ବୋଲି କୁହାଯାଇଛି । କିନ୍ତୁ ଏବେ ଯାଏଁ ସାଧାରଣ ଲୋକ କେତେ ପରିମାଣରେ ମୃତାହତ ହୋଇଛନ୍ତି । ସେନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।

Related Posts