କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା, ଜୁଲାଇ ୧୫ରୁ ୧୮-୫୯ବର୍ଷ ବୟସ୍କଙ୍କୁ ମାଗଣା ବୁଷ୍ଟର ଡୋଜ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ) : ଦେଶରେ ପୁଣି କୋଭିଡ୍ ସଂକ୍ରମଣ ବଢ଼ିବାରେ ଲାଗିଛି। ଏଥିମଧ୍ୟରେ ଆଜି କରୋନାର ବୁଷ୍ଟର ଡୋଜ୍ କୁ ମାଗଣା କରିଛନ୍ତି କେନ୍ଦ୍ରସରକାର। ଜୁଲାଇ ୧୫ରୁ ଆରମ୍ଭ ହେବାକୁ ଥିବା ୭୫ଦିନିଆ ସ୍ୱତନ୍ତ୍ର ଅଭିଯାନ ଅନ୍ତର୍ଗତ ସରକାରୀ ଟିକାକରଣ କେନ୍ଦ୍ରରେ ୧୮-୫୯ବର୍ଷ ବୟସର ଲୋକମାନେ କୋଭିଡ ଟିକାର ବୁଷ୍ଟର ଡୋଜ୍ ମାଗଣାରେ ନେଇପାରିବେ ବୋଲି ସରକାରୀ ସୂତ୍ରରୁ ପ୍ରକାଶ ପାଇଛି। କୋଭିଡ ବୁଷ୍ଟର ଡୋଜ ଦେବାର ଏହି ଅଭିଯାନ କୁ ସ୍ବାଧୀନତାର ୭୫ତମ ବାର୍ଷିକୀ ପାଳନ କରିବାକୁ ସରକାରଙ୍କ ଦ୍ବାରା ଆରମ୍ଭ ହୋଇଥିବା ଆଜାଦି କା ଅମୃତ ମହୋତ୍ସବର ଏକ ଅଂଶ ଭାବରେ ଘୋଷଣା କରାଯାଇଛି।

ବର୍ତ୍ତମାନ ପର୍ଯ୍ୟନ୍ତ, ୧୮-୫୯ବୟସ ବର୍ଗର ଥିବା ୭୭କୋଟିର ଜନସଂଖ୍ୟା ମଧ୍ୟରୁ ମାତ୍ର ୧ପ୍ରତିଶତରୁ କମ୍ ଲୋକେ ବୁଷ୍ଟର ଡୋଜ ନେଇଛନ୍ତି। ଏହା ସହ ୬୦ବର୍ଷରୁ ଉର୍ଦ୍ଧ୍ବ ଏବଂ କରୋନା ଯୋଦ୍ଧାଙ୍କ ମଧ୍ୟ‌ରୁ ୨୬ପ୍ରତିଶତ ଏପର୍ଯ୍ୟନ୍ତ ବୁଷ୍ଟର ଡୋଜ ନେଇସାରିଥିବା ଜଣାପଡ଼ିଛି। ତେଣୁ ସରକାର ୭୫ଦିନ ପାଇଁ ଏକ ସ୍ୱତନ୍ତ୍ର ଡ୍ରାଇଭ ଆରମ୍ଭ କରିବାକୁ ଯୋଜନା କରୁଛନ୍ତି ଯେଉଁଥିରେ ୧୮ରୁ ୫୯ବର୍ଷ ବୟସର ବ୍ୟକ୍ତିଙ୍କୁ ଜୁଲାଇ ୧୫ରୁ ସରକାରୀ ଟିକାକରଣ କେନ୍ଦ୍ରରେ ମାଗଣାରେ ବୁଷ୍ଟର ଡୋଜ ଦିଆଯିବ।

Related Posts