ଜମ୍ମୁ-କଶ୍ମୀରରେ ବାହାର ଲୋକଙ୍କୁ ମତଦାନ ଅଧିକାର ଦେବା ପ୍ରସଙ୍ଗ; ସର୍ବଦଳୀୟ ବୈଠକ ଡାକିଲେ ମେହବୁବା ମୁଫତି

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଜମ୍ମୁକାଶ୍ମୀରରେ ବାସ କରୁଥିବା ଅନ୍ୟ ରାଜ୍ୟର ଲୋକଙ୍କୁ ଭୋଟଦାନ ଅଧିକାର ମିଳିଛି । ଏହାକୁ ବିରୋଧ କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ମୁଖ୍ୟ ମେହବୁବା ମୁଫତି । ବୁଧବାର କାଶ୍ମୀରରେ ଅଣସ୍ଥାନୀୟ ଲୋକଙ୍କୁ ଭୋଟଦାନର ଅଧିକାର ନେଇ ଘୋଷଣା ହୋଇଥିଲା । ଏହାକୁ ବିରୋଧ କରି ମେହବୁବା ମୁଫତି ସର୍ବଦଳୀୟ ବୈଠକ ଡାକିଛନ୍ତି ।ପ୍ରେସମିଟ କରି ମେହବୁବା ମୁଫତି କହିଛନ୍ତି, ଏ ବାବଦରେ ସେ ନ୍ୟାସନାଲ କନଫରେନ୍ସ ମୁଖ୍ୟ ଡ, ଫାରୁକ ଅବଦୁଲ୍ଲାଙ୍କ ସହ ଆଲୋଚନା କରିସାରିଛନ୍ତି । ଅନ୍ୟଦଳମାନଙ୍କ ସହ ସେ ଆଲୋଚନା କରିବା ପାଇଁ ସର୍ବଦଳୀୟ ବୈଠକ ଡାକିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏହା ସେହି ସମୟ ଯେତେବେଳେ ଆମକୁ ନିର୍ବାଚନ ଠାରୁ ଅଧିକ କାଶ୍ମୀର ପ୍ରସ୍ତାବ ଉପରେ ଅଧିକ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି । ଆମ ଯୁବକଙ୍କୁ କଟ୍ଟରପନ୍ଥୀ କରାଯାଉଛି, ଆମ କାଶ୍ମୀର ପଣ୍ଡିତ ଭାଇଙ୍କୁ ହତ୍ୟା କରାଯାଉଛି । ପୋଲିସ ଓ ସୁରକ୍ଷାବଳର ଯବାନଙ୍କୁ ମାରିଦିଆଯାଉଛି । ସେ ଆହୁରି ଅଭିଯୋଗ କରିଛନ୍ତି ଯେ, ବିଜେପି ସମସ୍ତ ନିଷ୍ପତ୍ତି ନିଜେ ନେଉଛି, ଯାହା ରାଷ୍ଟ୍ରପାଇଁ ଭଲ ନୁହେଁ । ବିଜେପି ଦେଶକୁ ହିନ୍ଦୁ ରାଷ୍ଟ୍ର ନୁହେଁ ଭାଜପା ରାଷ୍ଟ୍ରରେ ପରିବର୍ତ୍ତନ କରିବାକୁ ଯାଉଛି । ଅନ୍ୟ ରାଜ୍ୟର ଲୋକଙ୍କୁ ଭୋଟ ଦେବାର ଅଧିକାର ଦେବାର ଅର୍ଥ ଭାଜପା ସେମାନଙ୍କ ଜରିଆରେ ଏଠାରେ ଶାସନ କରିବା । କାଶ୍ମୀର ପଣ୍ଡିତଙ୍କ ପାଇଁ ଢୋଲ ବାଡେଇବା ପରେ ମଧ୍ୟ ଭାଜପା ତାଙ୍କ ଭୋଟର ଅଧିକାର ସୁନିଶ୍ଚିତ କରିପାରୁନାହିଁ । ଫଳ ଏହା ହୋଇଛି ଯେ କାଶ୍ମୀର ପଣ୍ଡିତ ମାନେ ବର୍ତ୍ତମାନ ସେମାନଙ୍କ ମତଦେବା ଅଧିକାର ହରାଇଛନ୍ତି ବୋଲି ମୁଫତି କହିଛନ୍ତି ।

Related Posts