ବଳାତ୍କାର ଅଭିଯୋଗରେ ମାମଲା ରୁଜୁ ପାଇଁ ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ସୁପ୍ରିମକୋର୍ଟ ଗଲେ ସେହନଓ୍ବାଜ ହୁସେନ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଭାଜପା ନେତା ସେହନଓ୍ବାଜ ହୁସେନଙ୍କ ବିରୋଧରେ ଏକ ବଳାତ୍କାର ମାମଲାରେ ମାମଲା ରୁଜୁ ପାଇଁ ଦିଲ୍ଲୀ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହାକୁ ଚ୍ୟାଲେଞ୍ଜ କରି ଗୁରୁବାର ସୁପ୍ରିମକୋର୍ଟ ଯାଇଛନ୍ତି ସେହନଓ୍ବାଜ। ଏହି ମାମଲାର ଶୁଣାଣି ଆଗାମୀ ସପ୍ତାହରେ ହେବ ବୋଲି ସୁପ୍ରିମକୋର୍ଟଙ୍କ ପକ୍ଷରୁ କୁହାଯାଇଛି।

ସୂଚନାଯୋଗ୍ୟ ଯେ, ୨୦୧୮ରେ ଦିଲ୍ଲୀର ଜଣେ ମହିଳା ସେହନଓ୍ବାଜଙ୍କ ବିରୋଧରେ ବଳାତ୍କାର ଏବଂ ହତ୍ୟା ଧମକ ଅଭିଯୋଗ ଆଣିଥିଲେ। ଏଥିସହ ହତ୍ୟା ଧମକ ଦେଇଥିବା ସେ ଅଭିଯୋଗ ପତ୍ରରେ ଦର୍ଶାଇଥିଲେ। ଉକ୍ତ ମାମଲାରେ ପୋଲିସ ମାମଲା ରୁଜୁ କରିବାରେ ବିଳମ୍ବ କରିଥିଲା। ଏନେଇ ସେ ତଳ କୋର୍ଟରେ ପିଟିଶନ ଫାଇଲ କରିଥିଲେ। ୨୦୧୮ର ଏକ ବଳାତ୍କାର ମାମଲାର ଶୁଣାଣି କରି ଦିଲ୍ଲୀ ହାଇକୋର୍ଟ ସେହନଓ୍ବାଜଙ୍କ ବିରୋଧରେ ମାମଲା ରୁଜୁ କରିବା ସହ ୩ ମାସ ଭିତରେ ତଦନ୍ତ ସାରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

Related Posts