ଖୁବଶୀଘ୍ର ସୁନ୍ଦରଗଡ଼ରେ କାର୍ଯ୍ୟକ୍ଷମ ହେବ ମେଡିକାଲ କଲେଜ : ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ

ଭୁବନେଶ୍ଵର ( ସତ୍ୟପାଠ ବ୍ୟୁରୋ ): ଖୁବ ଶୀଘ୍ର ସୁନ୍ଦରଗଡ଼ ଜିଲ୍ଲାରେ ହେବ ମେଡିକାଲ କଲେଜ ଏନେଇ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ । ଏହା ସହ ପଶ୍ଚିମ ଓଡ଼ିଶାରେ AIIMS ପାଇଁ କେନ୍ଦ୍ରକୁ ପ୍ରସ୍ତାବ ଦିଆଯାଇଥିବା ନେଇ ମଧ୍ୟ କହିଛନ୍ତି ମନ୍ତ୍ରୀ ।ତେବେ ସୁନ୍ଦରଗଡ ଜିଲ୍ଲାରେ ମେଡିକାଲ କଲେଜ ପାଇଁ ସମସ୍ତ ଆବଶ୍ୟକ ସାମଗ୍ରୀ, ମେଡିକାଲ ପ୍ରଫେସର, ଅଫିସ ଷ୍ଟାଫ୍ ନିୟୋଜିତ ହୋଇସାରିଥିବା ନେଇ ଆଜି ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ କହିଛନ୍ତି ।

ସୁନ୍ଦରଗଡ଼ରେ ମେଡିକାଲ କଲେଜ ନେଇ ମନ୍ତ୍ରୀ କହିଛନ୍ତି ଯେ,” ଖୁବ ଶୀଘ୍ର ସୁନ୍ଦରଗଡ଼ ଜିଲ୍ଲାରେ ମେଡିକାଲ କଲେଜ କାର୍ଯ୍ୟକ୍ଷମ ହେବ । ଏହାସହ ପଶ୍ଚିମ ଓଡ଼ିଶାରେ AIIMS ନିର୍ମାଣ ପାଇଁ କେନ୍ଦ୍ରକୁ ପ୍ରସ୍ତାବ ଦିଆଯାଇଛି । ନିର୍ମାଣ ପାଇଁ ଆବଶ୍ୟକୀୟ ଭିତ୍ତିଭୂମି ଏବଂ ବିଭିନ୍ନ ପ୍ରକାର ଆନୁଷଙ୍ଗିକ ବ୍ୟବସ୍ଥା ସମସ୍ତ ଯୋଗାଇବା ସତ୍ତ୍ୱେ କେନ୍ଦ୍ର ସରକାରଙ୍କ ତରଫରୁ କୌଣସି ପ୍ରକାର ଖବର ଆସିନାହିଁ । କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସହିତ ଏ ସମ୍ପର୍କରେ ଆଲୋଚନା ହୋଇଛି ।”

Related Posts