୪ ବର୍ଷ ନୁହେଁ ବରଂ ୩୨ ମାସ ଜେଲରେ ରହିବେ ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ୪ ବର୍ଷ ନୁହେଁ ବରଂ ୩୨ ମାସ ଜେଲରେ ରହିବେ ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ । ସେପଟେ ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓପି ଚୌତାଲାଙ୍କୁ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ୪ ବର୍ଷ ଜେଲ୍ ଦଣ୍ଡାଦେଶ ସହ ୫୦ ଲକ୍ଷ ଟଙ୍କାର ଜରିମାନା ହୋଇଥିଲା । ଚୌତାଲା ତାଙ୍କ ବୟସ ଏବଂ ବିଭିନ୍ନ ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ତାଙ୍କୁ କମ୍ ଦଣ୍ଡ ଦେବାପାଇଁ କୋର୍ଟଙ୍କୁ ଅନୁରୋଧ କରିଥିଲେ। କିନ୍ତୁ ସିବିଆଇ ଚୌତାଲାଙ୍କ ପାଇଁ ସର୍ବାଧିକ ଦଣ୍ଡାଦେଶ ଦାବି କରିଥିଲା। ଚୌତାଲାଙ୍କୁ ଜେଲ୍‌ଦଣ୍ଡ ଏବଂ ଜରିମାନା ବାଦ୍ ତାଙ୍କର ୪ଟି ସମ୍ପତ୍ତି ଜବତ କରାଯାଇଛି।

ଜବତ ସମ୍ପତ୍ତିରେ ନୂଆଦିଲ୍ଲୀର ଆସୋଲାରେ ଥିବା ୨.୯୦ ଏକର ଜମି, ନୂଆଦିଲ୍ଲୀର ହେଲି ରୋଡରେ ଥିବା ୨୧୦୭ ବର୍ଗଫୁଟ ଫ୍ଲାଟ, ଗୁରୁଗ୍ରାମରେ ଥିବା ଫ୍ଲାଟ ସହ ପଞ୍ଚକୁଲାର ଏକ ୮୪୬ ବର୍ଗ ମିଟର ପ୍ଲଟ ରହିଛି । ତେବେ ବର୍ତ୍ତମାନ ଜଣାପଡିଛି ଯେ ଚୌତାଲାଙ୍କୁ ୪ ବର୍ଷର ଜେଲ ଦଣ୍ଡ ଭୋଗିବାକୁ ପଡିବ ନାହିଁ । ଚୌତାଲାଙ୍କୁ କେବଳ ଦୁଇ ବର୍ଷ ଆଠ ମାସ ଜେଲ ଦଣ୍ଡ ଭୋଗିବାକୁ ପଡିବ କାରଣ କୋର୍ଟ ତାଙ୍କୁ ସିଆରପିସି ଧାରା ୪୨୮ ଅନୁଯାୟୀ ଚାରି ବର୍ଷର ଦଣ୍ଡରୁ ପ୍ରାୟ ୪୮୭ ଦିନ ସମୟକୁ ଅଲଗା କରିଦେଇଛନ୍ତି । ଏହି ନିର୍ଦ୍ଦିଷ୍ଟ ମାମଲାରେ ପୂର୍ବରୁ ତାଙ୍କୁ (ପ୍ରାୟ ୧୬ ମାସ) ନ୍ୟାୟିକ ହେପାଜତରେ ରଖାଯାଇଥିଲା। ତେଣୁ ବର୍ତ୍ତମାନ ଆଉ ୪ ବର୍ଷ ନୁହେଁ ବରଂ ୩୨ ମାସ ଜେଲରେ ରହିବେ ।

Related Posts