ପ୍ରଥମ କଂଗ୍ରେସ ରାଜ୍ୟ ଭାବେ ଛତିଶଗଡ଼ ଯିଏ ସାରା ଭାରତରେ କାଶ୍ମୀର ଫାଇଲ୍ସକୁ ଟିକେସମୁକ୍ତ କରିବା ପାଇଁ କେନ୍ଦ୍ର ନିକଟରେ ଦାବି କରିଛି

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ସାରା ଦେଶରେ ବର୍ତ୍ତମାନ କାଶ୍ମୀର ଫାଇଲ୍ସକୁ ନେଇ ଚର୍ଚ୍ଚା । କାଶ୍ମୀରରେ ପଣ୍ଡିତମାନଙ୍କୁ କିପରି ବିତାଡ଼ିତ କରାଯାଇଥିଲା, ତାହା ଏହି ଫିଲ୍ମରେ ସ୍ପଷ୍ଟ ଭାବରେ ଦର୍ଶଯାଇଛି । ଏହା ମଧ୍ୟରେ ଛତିଶଗଡର ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ସାରା ଦେଶରେ ଏହି ଫିଲ୍ମଟିକୁ ଜିଏସଟି ଫ୍ରି କରିବା ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି । କେବଳ ଏତିକି ନୁହେଁ ବରଂ ସେ ହେଉଛନ୍ତି ପ୍ରଥମ ଅଣ-ବିଜେପି ମୁଖ୍ୟମନ୍ତ୍ରୀ ଯିଏକି ଏପରି କରିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ଦେଶର ରାଜନୀତି ବେଶ ଚଳଚଞ୍ଚଳ ହୋଇ ଉଠିଛି ।

କାହିଁକିନା ବିଜେପି ନେତାମାନେ ବାରମ୍ବାର ଅଭିଯୋଗ କରିଆସୁଛନ୍ତି ଯେ କଂଗ୍ରେସ ଏହି ଫିଲ୍ମ ବିରୋଧରେ ରହିଛି । ଏପରିକି କଂଗ୍ରେସ ଚାହୁଁନାହିଁ କି ଲୋକମାନେ ଏହି ଫିଲ୍ମଟିକୁ ଦେଖନ୍ତୁ । ଏହି ଅଭିଯୋଗକୁ ଭିତ୍ତିହୀନ ଦର୍ଶାଇ କେନ୍ଦ୍ରସରକାରଙ୍କୁ ସାରା ଦେଶରେ ଏହି ଫିଲ୍ମଟିକୁ ଟିକସମୁକ୍ତ କରିବା ପାଇଁ ଭୂପେଶ ବାଘେଲ ଅନୁରୋଧ କରିଛନ୍ତି । ଏନେଇ ସେ ଏକ ଟ୍ୱିଟ ମଧ୍ୟ କରିଥିବାର ଦେଖିବାକୁ ମିଳିଛି । ସେପଟେ ଆଜି ନିଜର ସମସ୍ତ ବିଧାୟକଙ୍କ ସହିତ ଏହି ଫିଲ୍ମଟିକୁ ଦେଖିବେ ବୋଲି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ କହିଛନ୍ତି ।

Related Posts