ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ ): ପଞ୍ଜାବର ୧୭ ତମ ମୁଖ୍ୟମନ୍ତ୍ରୀ ପାଇଁ ଭଗୱନ୍ତ ମାନ ଶପଥ ଗ୍ରହଣ କରିଛନ୍ତି । ପଞ୍ଜାବରେ ଆମ୍ ଆଦମୀ ପାର୍ଟି ନେତା ଭଗଓ୍ୱନ୍ତ ସିଂହ ମାନ ଏକ ବୃହତ ବ୍ୟବଧାନରେ ବିଜୟ ହାସଲ କରିଥିଲେ । ଜଣେ କମେଡିଆନରୁ ପାଲଟିଲେ ପଞ୍ଜାବର ମୁଖ୍ୟମନ୍ତ୍ରୀ । ତେବେ ତାଙ୍କର କମେଡିଆନରୁ ରାଜନେତା ହେବାର ଯାତ୍ରା ବେଶ ସଂଘର୍ଷପୂର୍ଣ୍ଣ ଥିଲା । ରାଜନୀତିର ଖେଳାଳି ହେବା ପୂର୍ବରୁ ଭଗଓ୍ୱନ୍ତ ମାନ୍ ଜଣେ ପ୍ରସିଦ୍ଧ ହାସ୍ୟ ଅଭିନେତା ଥିଲେ । ସର୍ବଦା କିଛି ଅଲଗା କରିବାକୁ ଚାହୁଁଥିବା ମାନ୍ ଏକ ସଫଳ ଅଭିନୟ-କମେଡି କ୍ୟାରିୟର୍ ହାସଲ କରିଛନ୍ତି । ଭଗଓ୍ୱନ୍ତ ମାନଙ୍କର ପ୍ରଥମ କମେଡି ଆଲବମ୍ ଜଗାତର ଜାଗ୍ଗିଙ୍କ ସହ ଥିଲା ।
କେବଳ ଏତିକି ନୁହେଁ ବରଂ ଭଗଓ୍ୱନ୍ତ ମାନ୍ ଟିଭିର ପ୍ରସିଦ୍ଧ ଶୋ ‘ଦ ଗ୍ରେଟ୍ ଇଣ୍ଡିଆନ୍ ଲାଫ୍ଟର ଚ୍ୟାଲେଞ୍ଜରେ ଅଭିନୟ କରିଛନ୍ତି । ସେ ଏହି ଶୋ’ରେ ପ୍ରତିଯୋଗୀ ଥିଲେ । ତେବେ ଏହି ଶୋର ନବଜୋତ ସିଂ ସିଦ୍ଧୁ ବିଚାରପତି ଥିଲେ । ଏହା ପରେ ମାନ୍ ଅନେକ ପଞ୍ଜାବୀ ଚଳଚ୍ଚିତ୍ରରେ ମଧ୍ୟ କାମ କରିଛନ୍ତି । ୨୦୧୧ମସିହାରେ ମାନ୍ ରାଜନୀତିରେ ପଦାର୍ପଣ କରିଥିଲେ । ସେ ନିଜର ରାଜନୈତିକ କ୍ୟାରିୟର ପଞ୍ଜାବ ପିପୁଲ୍ସ ପାର୍ଟିରୁ ଆରମ୍ଭ କରିଥିଲେ । ୨୦୧୨ରେ, ସେ ଏହି ପାର୍ଟିରୁ ପ୍ରତିଦ୍ୱନ୍ଦ୍ୱିତା କରି ହାରିଗଲେ । ତା’ପରେ ମାନ ଆମ୍ ଆଦମୀ ପାର୍ଟିରେ ଯୋଗ ଦେଇଥିଲେ । ଏହା ପରେ ଯାହା ଘଟିଲା ତାହା ହେଉଛି ଇତିହାସ । ୨୦୨୨ରେ ଅନୁଷ୍ଠିତ ନିର୍ବାଚନରେ ଭଗଓ୍ୱନ୍ତ ସିଂହ ମାନ୍ ବିଜୟୀ ହୋଇଥିଲେ।