ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପୈଗମ୍ବର ମହମ୍ମଦଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେଇ ଦଳରୁ ନୁପୁର ଶର୍ମା ନିଲମ୍ବିତ ହେବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିଛି । ଏପରିକି ଅନେକ ରାଷ୍ଟ୍ର ନୁପୁର ଶର୍ମାଙ୍କ ବୟାନଙ୍କୁ ନିନ୍ଦା କରିବା ସହ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦାବି କରିଛନ୍ତି । ଏହା ମଧ୍ୟରେ ନିଲମ୍ବିତ ବିଜେପି ମୁଖ୍ୟପାତ୍ର ନୁପୁର ଶର୍ମାଙ୍କ ସପକ୍ଷରେ ବାହାରିଛନ୍ତି ବଲିଉଡ କୁଇନ କଙ୍ଗନା ରାନାୱତ । ତେବେ ସେ ମଧ୍ୟ ନିଜର ମତ ପ୍ରକାଶ କରିବାର ଅଧିକାର ପାଇଛନ୍ତି। ତାଙ୍କର ହକ୍ ଅଛି କହିବାକୁ।
ମୁଁ ଦେଖୁଛି ତାଙ୍କୁ ସମସ୍ତ ପ୍ରକାରର ଅପମାନ ଓ ଧମକ ଦିଆଯାଉଛି । କିନ୍ତୁ ସେମାନେ ପ୍ରାୟତଃ ପ୍ରତ୍ୟେକ ଦିନ ହିନ୍ଦୁ ଦେବତାଙ୍କୁ ଅପମାନ କରୁଛନ୍ତି ତାହାଲେ କଣ ଆମେ କୋର୍ଟକୁ ଯାଉଛୁ। ଏହା ଆଫଗାନିସ୍ତାନ ନୁହେଁ । ଆମର ପାଖରେ ଏକ ସରକାର ଅଛି, ଯାହା ଗଣତନ୍ତ୍ର ନାମକ ଏକ ପ୍ରକ୍ରିୟା ମାଧ୍ୟମରେ ନିର୍ବାଚିତ ହୁଏ । ଯେଉଁମାନେ ଏହାକୁ ଭୁଲି ଯାଇଛନ୍ତି ସେମାନଙ୍କ ପାଇଁ ରିମାଇଣ୍ଡର କରୁଛି ବୋଲି କଙ୍ଗନା ରାନାୱତ କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ଏନେଇ ସାରା ଦେଶରେ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।





