ବଢ଼ିଲା ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଅଡୁଆ: ଷ୍ଟାଇଲିସ୍‌ କଲେ କନଫର୍ମ, ସୁକେଶ ଡ୍ରେସ୍‌ ପାଇଁ ଦେଇଥିଲେ ୩ କୋଟି

ନୂଆଦିଲ୍ଲୀ : ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଅଡୁଆ ଛିଣ୍ଡିବା ପରିବର୍ତ୍ତେ ବଢ଼ିବାକୁ ଲାଗିଛି । ବୁଧବାର ଦିନ ତାଙ୍କ ଷ୍ଟାଇଲିଷ୍ଟ ଲିପାକ୍ଷୀ ଏଲାବାଡିଙ୍କୁ ଦିଲ୍ଲୀ ପୋଲିସର ଇକୋନୋମିକ୍ ଅଫେନ୍ସ ୱିଙ୍ଗ ଦ୍ୱାରା ପ୍ରାୟ ଆଠ ଘଣ୍ଟା ଧରି ପଚରାଉଚରା କରାଯାଇଥିଲା। ନିକଟରେ ଜ୍ୟାକଲିନଙ୍କୁ ଏହି ପ୍ରସଙ୍ଗରେ ଦ୍ୱିତୀୟ ଥର ପାଇଁ ପଚରାଯାଇଥିଲା ଏବଂ ଏହା ପରେ ହିଁ ଲିପାକ୍ଷୀଙ୍କୁ ପ୍ରଶ୍ନ କରାଯାଇଥିଲା। ଜଣେ ବରିଷ୍ଠ ଅଧିକାରୀ ଏ ବିଷୟରେ କହିଥିଲେ ଯେ ଲିପାକ୍ଷୀ ୧୧.୩୦ରେ ଅଫିସକୁ ଆସିଥିଲେ ଏବଂ ତା’ପରେ ତାଙ୍କୁ ୮ଘଣ୍ଟା ପଚରାଉଚରା କରାଯାଇଥିଲା। ଏହା ପରେ ସେ ସନ୍ଧ୍ୟା ୭.୩୦ ରେ ସେଠାରୁ ଚାଲିଗଲେ ।

କହିବାକୁ ଗଲେ ଲିପାକ୍ଷୀ ଜଣେ ଡ୍ରେସ ଡିଜାଇନର୍ ଏବଂ ସେ ଅନେକ ସେଲିବ୍ରେଟିଙ୍କ ସହ ୧୦ ବର୍ଷ ଧରି କାମ କରୁଛନ୍ତି। ଲିପାକ୍ଷୀଙ୍କୁ ପୂର୍ବରୁ ଡକାଯାଇଥିଲା, କିନ୍ତୁ ସେ ସେତେବେଳେ ଆସିନଥିଲେ, ତେଣୁ ପରେ ତାଙ୍କୁ ବ୍ୟକ୍ତିଗତ ଭାବେ ପଚରାଉଚରା କରାଯାଇଥିଲା। ବର୍ତ୍ତମାନ ଲିପାକ୍ଷୀ ସ୍ୱୀକାର କରିଛନ୍ତି ଯେ ସେ ଜ୍ୟାକଲିନ ଏବଂ ସୁକେଶଙ୍କ ସମ୍ପର୍କ ବିଷୟରେ ଜାଣିଥିଲେ। ସୁକେଶ ଲିପାକ୍ଷୀଙ୍କ ସହ କଥା ହୋଇଥିଲେ ଏବଂ ଜ୍ୟାକଲିନ୍ କେଉଁ ପ୍ରକାରର ବ୍ରାଣ୍ଡ୍ ପୋଷାକ ପିନ୍ଧନ୍ତି ତାହା ଜାଣିବାକୁ ଚେଷ୍ଟା କରିଥିଲେ। ଯାହା ଦ୍ଵାରା ସେ ତାଙ୍କୁ ପ୍ରଭାବିତ କରିପାରିବେ। ଗତ ବର୍ଷ ସୁକେଶ ଜ୍ୟାକଲିନଙ୍କ ବିଷୟରେ ଜାଣିବା ପାଇଁ ଲିପାକ୍ଷୀଙ୍କ ସହ ଯୋଗାଯୋଗ କରିଥିଲେ। ତାଙ୍କ ପସନ୍ଦର ପୋଷାକ ଆଣିବା ପାଇଁ ସୁକେଶ ତାଙ୍କୁ କିପରି ୩କୋଟି ଟଙ୍କା ଦେଇଥିଲେ ।

ସେ ଏହା ମଧ୍ୟ କହିଛନ୍ତି ଯେ ସୁକେଶଙ୍କ ଗିରଫ ବିଷୟରେ ଯେତେବେଳେ ଜ୍ୟାକଲିନ ଜାଣିଲେ ସେ ତୁରନ୍ତ ତାଙ୍କ ସହ ସମସ୍ତ ସମ୍ପର୍କ ବନ୍ଦ କରିଦେଇଥିଲେ। କେବଳ ଏତିକି ହିଁ ନୁହେଁ ସୁକେଶ ତାଙ୍କ ଜ୍ୟାକଲିନଙ୍କ ଏଜେଣ୍ଟଙ୍କୁ ଏକ ବାଇକ୍ ପାଇଁ ଅଫରେ କରିଥିଲେ। କିନ୍ତୁ ସେ ମନା କରିବା ପରେ ସୁକେଶ ବାଇକ୍ ଏବଂ ଚାବି ଏଜେଣ୍ଟଙ୍କ ଘରକୁ ପଠାଇଥିଲେ। ବର୍ତ୍ତମାନ ସେହି ବାଇକକୁ ଜବତ କରାଯାଇଛି। ଇଡି ରିପୋର୍ଟ ଅନୁଯାୟୀ ଜ୍ୟାକଲିନ ପୂର୍ବରୁ ଜାଣିଥିଲେ ଯେ ସୁକେଶ ଟଙ୍କା ଲଣ୍ଡରିଂ ମାମଲାରେ ଜଣେ ଅଭିଯୁକ୍ତ ଥିଲେ। କିନ୍ତୁ ଏହା ପରେ ମଧ୍ୟ ସେ ତାଙ୍କ ସହ ସମ୍ପର୍କ ଜାରି ରଖିଥିଲେ। ଏହି କାରଣରୁ, ଜ୍ୟାକଲିନଙ୍କ ଅସୁବିଧା ଏବେ ଆହୁରି ବଢିବାକୁ ଯାଉଛି ।

Related Posts