
ପଟ୍ଟାମୁଣ୍ଡାଇ : ରାଜକନିକା ପେଗର ପଡା ଚଡେଇଖିଆ ନାଳ ପାଖରେ ଅଘଟଣ । ଅଜଣା ଗାଡି ଧକ୍କାରେ ଦୁଇ ମୃତ ଜଣେ ଗୁରୁତର । ତିନି ଜଣ ସାଙ୍ଗ ଗୋଟିଏ ବାଇକ ନିଜ ଘରକୁ ଫେରିବା ସମୟରେ ଏହି ଅଘଟଣ ଘଟିଛି ।
କେହି ଅଜଣା ଗାଡି ପିଟି ଚାଲି ଯାଇଥିବା ସନ୍ଦେହ । ମୃତକ ହେଲେ ପେଗରପଡ଼ା ଗାଁର ଦୋଳ ଗୋବିନ୍ଦ ସାହୁ କୌଶିକ ପଣ୍ଡା । ସେହିଭଳି ଗୁରୁତର ହେଲେ ଗୁରିଆ ସାହୁ । ଚିକିତ୍ସା ପାଇଁ ସେ କଟକ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।