‘6’ରେ ଯଜ୍ଞଙ୍କ ପୂର୍ଣ୍ଣାହୁତି

କଂଗ୍ରେସରେ ଯୋଗ ଦେବେ ଯଜ୍ଞେଶ୍ବର ବାବୁ । ଆସନ୍ତା 6 ତାରିଖରେ ସେ ବିଧିବଦ୍ଧ ଭାବେ ହାତ ଧରି ପାରନ୍ତି । ବିଜେଡିରୁ ରାଜନୈତିକ ଜୀବନ ଆରମ୍ଭ କରିଥିବା ଯଜ୍ଞେଶ୍ବର ବାବୁ ବିଜୁ ଜନତା ଦଳର ତତ୍କାଳୀନ ମୋଷ୍ଟ ପାୱାରଫୁଲ୍‌ ଲିଡର ପ୍ୟାରୀମୋହନ ମହାପାତ୍ରଙ୍କର ଏକାନ୍ତ ଅନୁଗତ ଥିଲେ ।

କିନ୍ତୁ ପ୍ୟାରୀମୋହନ ବିଜେଡିରୁ ବିଦା ହେବା ପରବର୍ତ୍ତୀ ସମୟରେ ଯଜ୍ଞେଶ୍ବର ବାବୁ ମଧ୍ୟ ବିଜେଡି ଛାଡ଼ିଥିଲେ । ପ୍ୟାରୀଙ୍କ ଦ୍ବାରା ଗଠିତ ଓଡ଼ିଶା ଜନମୋର୍ଚ୍ଚା(ଓଜେଏମ୍‌)ର ସେ ଥିଲେ ମହାସଚିବ । ଦଳର ଆପାତତଃ ସବୁ ପରିଚାଳନା କଥା ବୁଝୁଥିଲେ ଯଜ୍ଞେଶ୍ବର ବାବୁ । କିନ୍ତୁ ପ୍ୟାରୀମୋହନ ମହାପାତ୍ରଙ୍କ ଦେହାନ୍ତ ପରେ ଓଡ଼ିଶା ଜନମୋର୍ଚ୍ଚାର ସ୍ଥିତି ଏକପ୍ରକାର ଶେଷ ହୋଇଯାଇଥିଲା ଏବଂ ବ୍ରଜକିଶୋର ତ୍ରିପାଠୀଙ୍କ ଦଳ ସମତା କ୍ରାନ୍ତି ସହ ବିଲୀନ ହୋଇଯାଇଥିଲା ଓଜେଏମ୍‌ । ପରେ ଯଜ୍ଞେଶ୍ବର ବାବୁ ଦାମ ବାବୁଙ୍କ ହାତ ଧରିଥିବା ନେଇ ଚର୍ଚ୍ଚା ହେଉଥିଲା ।

ଦାମ ବାବୁ ଏକ ନୂଆ ରାଜନୈତିକ ଦଳ ଗଠନ ନେଇ କଥା ଉଠୁଥିବାବେଳେ ଯଜ୍ଞେଶ୍ବର ବାବୁ ସେଥିରେ ଯୋଗ ଦେଇଥାନ୍ତେ । କିଛି ଦିନ ତଳେ ଦାମ ବାବୁ ନୂଆ ଦଳ ଗଠନ ସମ୍ପର୍କରେ ଦିଲ୍ଲୀ ଯାଇଥିବା ମଧ୍ୟ ଖବର ଆସିଛି । କିନ୍ତୁ ଏ ସବୁ କଳ୍ପନା ଜଳ୍ପନା ଭିତରେ ଯଜ୍ଞେଶ୍ବର ଆସନ୍ତା ବୁଧବାର କଂଗ୍ରେସରେ ଯୋଗ ଦେବେ । ଯଜ୍ଞେଶ୍ବର କଂଗ୍ରେସରେ ସାମିଲ୍‌ ହେବା ସହ ଦାମ ବାବୁ ମଧ୍ୟ ହାତ ଧରିପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

Related Posts