ଆସିକା ସାଂସଦଙ୍କ ଦେହାନ୍ତ

ଆସିକା ସାଂସଦ ଲଡୁ କିଶୋର ସ୍ୱାଇଁଙ୍କର ଦେହାନ୍ତ ହୋଇଯାଇଛି । ମଙ୍ଗଳବାର ରାତିରେ ଭୁବନେଶ୍ୱରର ଆପୋଲୋ ହସ୍ପିଟାଲରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି ଲଡୁ କିଶୋର ସ୍ୱାଇଁ । ସେ କିଡ୍‌ନୀ ରୋଗରେ ଆକ୍ରାନ୍ତ୍ର ଥିଲେ । ସୋମାବାର ରାତିରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ରାତି ପ୍ରାୟ ୧୧.୪୫ ମିନିଟ୍‌ରେ ତାଙ୍କର ମୃତ୍ୟୁ ହୋଇଥିଲା । ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ବୟସ ହୋଇଥିଲା । ରାତିରେ ହିଁ ସାଂସଦଙ୍କ ମୃତ ଶରୀରକୁ ତାଙ୍କ ପୈତୃକ ଗାଁ କବିସୂର୍ଯ୍ୟନଗର ପଥରା ଗାଁକୁ ନିଆଯାଇଛି । ଦିବଙ୍ଗତ ନେତାଙ୍କ ଶେଷ ଦର୍ଶନ ପାଇଁ ବାସ ଭବନରେ ସମର୍ଥକଙ୍କ ଭିଡ଼ ଜମିବାରେ ଲାଗିଛି ।

ଆସିକା ନିର୍ବାଚନ ମଣ୍ଡଳୀରୁ ୨୦୧୪ରେ ବିଜୟୀ ହୋଇଥିଲେ ଲଡୁ କିଶୋର । ଏହା ପୂର୍ବରୁ ୨୦୦୪ ନିର୍ବାଚନରେ ସେ କବିସୂର୍ଯ୍ୟନଗରରୁ ବିଧାୟକ ହୋଇଥିଲେ ।

ଲଡୁ କିଶୋରଙ୍କ ପରଲୋକରେ ଆସିକା ସଂସଦୀୟ କ୍ଷେତ୍ରରେ ଶୋକର ଛାୟା ଖେଳି ଯାଇଛି । ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି । ଶୋକ ସନ୍ତପ୍ତ ପରିବାବର୍ଗଙ୍କୁ ସମବେଦନା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

Related Posts