ଯାଜପୁର ବରି ତନ୍ତୀ ଘାଇ ନଦୀ ଚିଙ୍ଗୁଡ଼ିଆନାଲରେ ଭାସିଗଲେ ମହିଳା

ଯାଜପୁର : ରାଜ୍ୟରେ ଲଗାଣ ବର୍ଷା ଯୋଗୁ ସମସ୍ତ ନଦୀର ଜଳ ସ୍ତର ବଢୁଥିବା ବେଳେ, ଯାଜପୁର ବରି ତନ୍ତୀ ଘାଇ ନଦୀ ଚିଙ୍ଗୁଡ଼ିଆନାଲରେ ଏକ ଅଘଟଣ ଘଟିଛି | ଜଣେ ମହିଳା ନାଳରେ ଭାସି ଯାଇ ମହିଳା ନିଖୋଜ ହୋଇଥିବା ସୂଚନା ମିଳିଛି ।

ଶୌଚ ପାଇଁ ଯାଇଥିବା ମହିଳା ତନ୍ତୀ ଘାଇ ଚିଙ୍ଗୁଡ଼ିନାଲରେ ଭାସିଗଲେ । ଭାସି ଯାଇଥିବା ମହିଳା ଜଣକ ବରି ବ୍ଲକ ଏରଡା ଗ୍ରାମର ୨୭ ବର୍ଷର ମିନୁ ମଲ୍ଲିକ । ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି । ଏପର୍ଯ୍ୟନ୍ତ ତାଙ୍କର କୌଣସି ପତ୍ତା ମିଳିନି ।

ଅନ୍ୟପଟେ, ରାଜ୍ୟର ଅନେକ ନଦୀରେ ବନ୍ୟା ସ୍ତିତି ଦେଖିବାକୁ ମିଳିଛି | ମାଲକାନଗିରି ଜିଲ୍ଲା ମୋଟୁରେ ବନ୍ୟା ପରିସ୍ଥିତି ଗମ୍ଭୀର ରହିଛି । ସିଲେରୁ ଓ ସାବେରୀ ନଦିରେ ଜଳ ତପନ କ୍ରମଶଃ ବୃଦ୍ଧି ପାଇବାକୁ ଲାଗିଛି । ଗତକାଲି ଠାରୁ ଆଜି ମୋଟୁରେ ୪ ଫୁଟ ବଢିଛି ଜଳସ୍ତର । ମୁଗି ପଏଣ୍ଟ ଠାରୁ ତିନି କିଲୋମିଟର ପର୍ଯ୍ୟନ୍ତ ମାଡି ଆସିଛି ବନ୍ୟା ପାଣି ।

ମୋଟୁ ସହରର ତଳିଆ ଅଞ୍ଚଳର ଲୋକଙ୍କୁ ଗତକାଲି ରାତିରେ ବନ୍ୟା ଆଶ୍ରୟ ସ୍ଥଳିରେ ସ୍ଥାନାନ୍ତର କରାଯାଇଛି । ବନ୍ୟାର ଭୟାବହକୁ ଦେଖି ସେବା ଆଶ୍ରମର ଛାତ୍ର ଛାତ୍ରୀମାନଙ୍କୁ ଏମଭି ୮୮ ବିଦ୍ୟାଳୟକୁ ସ୍ଥାନାନ୍ତର କରାଯାଇଛି । ମୋଟୁରେ ରେଡ୍ ଆଲର୍ଟ ଘୋଷଣା କରାଯାଇଥିବା ବେଳେ ପରିସ୍ଥିତି ଉପରେ ନଜର ରଖିଛି ପ୍ରଶାସନ ।

Related Posts