କାଶ୍ମୀରରୁ ବଡ ଖବର : ଲାଇଭ ଅପଡେଟ ପାଇଁ ରିଫ୍ରେଶ କରନ୍ତୁ

ସତ୍ୟପାଠ ବ୍ୟୁରୋ : କାଶ୍ମୀରରେ କଣ ହେଉଛି ? ଗଲା ୧୨ଘଂଟା ଭିତରେ ଏଭଳି କିଛି ଖବର ଜାମ୍ମୁ ଓ କାଶ୍ମୀରକୁ ନେଇ ଆସିଛି ଯାହା ସାରା ରାତି ଅନେକଙ୍କ ନିଦ ହଜାଇ ଦେଇଛି । ଗତକାଲି ରାତି ତମାମ କଶ୍ମୀରକୁ ନେଇ ସୋସିଆଲ ମିଡିଆରେ ଜୋର ଚର୍ଚ୍ଚା ଚାଲିଛି । ତେବେ କାଶ୍ମୀରକୁ ନେଇ କିଛି ଗୁରୁତ୍ୱପୂର୍ଣ୍ଣ ଖବର ଆମେ ଏଠାରେ ଉପସ୍ଥାପନ କରୁଛୁ । ଅଧିକ ଖବର ପାଇଁ ଏହି ଲିଙ୍କକୁ ରିଫ୍ରେଶ କରନ୍ତୁ ।

() ବର୍ତ୍ତମାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ ଶେଷ ହୋଇଛି । ତେବେ ଏହି ବୈଠକରେ କଣ ନିଷ୍ପତି ଚୁଡାନ୍ତ ହୋଇଛି ତାହା ମିଡିଆକୁ କୁହାଯାଇନାହିଁ । ଗୃହମନ୍ତ୍ରୀ ଅମିତ ଶାହା ସିଧା ସଂସଦରେ ପହଂଚି ବୈଠକର ନିଷ୍ପତି ସମ୍ପର୍କରେ ବିବୃତି ରଖିବେ ବୋଲି ଜଣାପଡିଛି ।
() ଏହାପୂର୍ବରୁ କ୍ୟାବିନେଟ ସୁରକ୍ଷା ମାମଲା ସମ୍ପର୍କିତ ଏବ ବୈଠକ ବି ହୋଇଥିଲା । ଯେଉଁଥିରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ଗୃହମନ୍ତ୍ରୀ ଅମିତ ଶାହା, ରକ୍ଷାମନ୍ତ୍ରୀ ରାଜନାଥ ସିଂହ, ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କ ସମେତ ସୁରକ୍ଷା ପରାମର୍ଶଦାତାମାନେ ଉପସ୍ଥିତ ଥିଲେ ।
() କ୍ୟାବିନେଟ ବୈଠକ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ କିଛି ମନ୍ତ୍ରୀ ଓ ବରିଷ୍ଠ ଅଧିକାରୀ ଏକାଠି ହୋଇଥିଲେ । ଏହା ପୂର୍ବରୁ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଥିଲେ ଆଇନମନ୍ତ୍ରୀ ରବିଶଙ୍କର ପ୍ରସାଦ ।
() ଗତକାଲି ରାତି ଠାରୁ ଜାମ୍ମୁ ଓ କାଶ୍ମୀରର କିଛି ନେତାଙ୍କୁ ନଜରବନ୍ଦୀ କରି ରଖାଯାଇଛି । ପିଡିପି ନେତ୍ରୀ ମେହବୁବା ମୁଫତି, ନ୍ୟାସନାଲ କନଫରେନ୍ସ ର ଓମର ଅବଦୁଲ୍ଲା ଓ ଜାମ୍ମୁ କାଶ୍ମୀର ପିପୁଲ୍ସ କନଫରେନ୍ସର ସଜ୍ଜାଦ ଲୋନଙ୍କୁ ନଜରବନ୍ଦୀ କରାଯାଇଛି । ଏମାନେ ନିଜେ ରାତିରେ ଟୁଇଟ କରି ଏ ବାବଦରେ ସୂଚନା ଦେଇଥିଲେ । ଶଅୀନଗର ସମେତ ଅନେକ ଜାମ୍ମୁ ଓ କାଶ୍ମୀରରେ ୧୪୪ ଧାରା ଲାଗୁ କରାଯାଇଛି । କୌଣସି ସଭା, ରାଲି ଉପରେ ରୋକ ଲଗାଯିବା ସହ ୪ଜଣ ଏକାଠି ହେବାକୁ ବାରଣ କରାଯାଇଛି ।
() ପରବର୍ତ୍ତୀ ନିର୍ଦ୍ଦେଶ ନ ମିଳିବା ପର୍ଯ୍ୟନ୍ତ ଜାମ୍ମୁ ଓ କାଶ୍ମୀରରେ ସ୍କୁଲ , କଲେଜ ବନ୍ଦ କରି ଦିଆଯାଇଛି । ବିଶ୍ୱବିଦ୍ୟାଳୟ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି । ଘାଟିର ଅଧିକାଂଶ ଇଲାକାରେ ମୋବାଇଲ ଓ ଲ୍ୟାଣ୍ଡଲାଇନ ଫୋନ ସେବା ବନ୍ଦ କରି ଦିଆଯାଇଛି । ଇଣ୍ଟରନେଟ ସେବା ମଧ୍ୟ ବନ୍ଦ କରି ଦିଆଯାଇଛି । ସେଠାରେ ନିୟୋଜିତ ଅଧିକାରୀମାନଙ୍କୁ ସାଟେଲାଇଟ ଫୋନ ଦିଆଯାଇଛି ।
Related Posts