ବଡଖବର : ଜାମ୍ମୁ ଓ କାଶ୍ମୀରରୁ ଧାରା ୩୭୦ ହଟାଇବା ନେଇ ନିଷ୍ପତି 

ସତ୍ୟପାଠ ବ୍ୟୁରୋ : କାଶ୍ମୀର ପ୍ରସଙ୍ଗରେ ରାଜ୍ୟସଭାରେ ବିବୃତି ରଖିଛନ୍ତି ଗୃହମନ୍ତ୍ରୀ ଅମିତ ଶାହା । କ୍ୟାବିନେଟ ବୈଠକରେ କଣ ନିଷ୍ପତି ନିଆଗଲା ସେନେଇ ସୂଚନା ଦେଇଛନ୍ତି । ତେବେ ଗୃହମନ୍ତ୍ରୀଙ୍କ ବୟାନ ଆରମ୍ଭ ହେବା ମାତ୍ରେ ପ୍ରବଳ ହଙ୍ଗାମା ହୋଇଥିଲା ।

ଜାମ୍ମୁ ଓ କାଶ୍ମୀରରୁ ହଟିବ ଧାରା ୩୭୦ । କ୍ୟାବିନେଟ ଏହି ସୁପାରିଶ କରାଯାଇଥିବା ରାଜ୍ୟସଭାରେ ସୂଚନା ଦେଇଛନ୍ତି ଗୃହମନ୍ତ୍ରୀ ଅମିତ ଶାହା । କାଶ୍ମୀରରେ ଧାରା ୩୭୦ର ସମସ୍ତ ଖଣ୍ଡ ଲାଗୁ ହେବ ନାହିଁ ବୋଲି ଗୃହମନ୍ତ୍ରୀ କହିଛନ୍ତି । ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ଏହା ଗେଜେଟରେ ପରିଣତ ହେବ ଓ ସେହି ସମୟରୁ ଏହା କାର୍ଯ୍ୟକାରୀ କରାଯିବ ବୋଲି ଗୃହମନ୍ତ୍ରୀ କହିଛନ୍ତି ।

ଜାମ୍ମୁ ଓ କାଶ୍ମୀର ପୁର୍ନଗଠନ ନେଇ ବିଧେୟକ ବି ଉପସ୍ଥାପନ କରିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ ।

Related Posts